Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||
  • ପୃଥିବୀରେ ହେବ ଉଲକା ବର୍ଷା, ଏହି ଦିନ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ…
  • ||

ଟ୍ରେନ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ

17/11/2020 at 1:50 PM

କଣ୍ଟାବାଞ୍ଜି ୧୭।୧୧ : ରେଳ ଲାଇନ ନିକଟରୁ ଅଜଣା ମୃତଦେହ ଠାବ ହୋଇଛି । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରାମନଗର ପଡ଼ା ପାଖ ରେଳ ଲାଇନ ନିକଟରୁ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି ।ବର୍ତ୍ତମାନ ସୁଦ୍ଧା ବୃଦ୍ଧଙ୍କ ପରିଚୟ ମିଳିପାରିନଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ଆଜି ସକାଳ ସମୟରେ ରେଳ ଲାଇନ ପାଖରେ ଜଣେ ବୃଦ୍ଧଙ୍କ ମୃତଦେହ ପଡିଥିବାର କିଛି ଲୋକ ଦେଖିଥିଲେ । ଏହାପରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ କଣ୍ଟାବାଞ୍ଜି ଓ ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛନ୍ତି । କଣ୍ଟାବାଞ୍ଜି ଡାକ୍ତରଖାନାରେ ବ୍ୟବଚ୍ଛେଦ ପାଇଁ ପଠାଇବ ।  ତେବ ବୃଦ୍ଧଙ୍କ ବୟସ ପାଖାପାଖୀ ୭୦ ବର୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ତେବେ  ସେ କାହିକିଁ ରେଳ ଲାଇନ ପାଖକୁ ଆସିଥିଲେ । କିପରି ତାଙ୍କର ମୃତ୍ୟୁ ହେଲେ, ଏପରି ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି ପୋଲିସ ।  

   Related Posts