ସଂଗବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, ପୋଲିସର ତଦନ୍ତ ଜାରି

Published By : Prameya-News7 Bureau | June 23, 2020 IST

ବୌଦ୍ଧ ୨୩।୦୬ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଦପଳା ଠାରେ ସଂଗବଦ୍ଧ ଆକ୍ରମଣରେ ଜଣେ ଯୁବକଙ୍କର ମୃତ ହୋଇଛି । ମୃତକ ଦିଗାମ୍ବର ସାହୁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ଦପଳା ଗାଁର ବବଲୁ ଦେହୁରୀ, ସାନ ଦେହୁରୀ ଅନ୍ୟ ୫ ଜଣ ସହଯୋଗୀଙ୍କ ସହ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଦିଗାମ୍ବର ଉପରେ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଦିଗାମ୍ବରଙ୍କୁ ଗୁରୁତର ଅବସ୍ଥାରେ ସୋନପୁର ମେଡିକାଲରେ  ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ପରିବାର ପକ୍ଷରୁ ମନମୁଣ୍ଡା ଥାନାରେ ଏକ ହତ୍ୟା ଅଭିଯୋଗ କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.