ଏକାସାଙ୍ଗେ ଉପରକୁ ଝାମ୍ପ ମାରିଲେ ୩ ଭାଲୁ , ଶୌଚ ହେବାକୁ ଯାଇ ଗୁରୁତର ଅବସ୍ଥାରେ ଉଦ୍ଧାର ହେଲେ ଲବ

Published By : Prameya-News7 Bureau | December 01, 2020 IST

ନୂଆପଡା ୦୧।୧୨ : ଗତ କିଛି ଦିନ ହେଲା ନୂଆପଡ଼ାରେ ଭାଲୁ ଉତ୍ପାତ ଜାରି ରହିଛି । ଗତକାଲି ଭାଲୁ ଆକ୍ରମଣରେ ୨ଜଣ ଗୁରୁତର ହୋଇଥିବା ବେଳେ ଆଜି ପୁଣି ଜଣେ ଗୁରୁତର ହୋଇଛି । ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ନୂଆପଡ଼ା ବୋଡେନ ରେଞ୍ଜ ବାବେବି ଗାଁର ଲବ ମାଲି ସକାଳୁ ଶୌଚ ହେବା ଯାଇଥିଲେ । କିନ୍ତୁ ହଠାତ୍‌ ନିକଟସ୍ଥ ଜଙ୍ଗଲରୁ ୩ଟି ଭାଲୁ ଆସି ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଚିତ୍କାର କରିବାରୁ ନିକଟରୁ ଲୋକ ଦୌଡି ଯାଇ ତାଙ୍କୁ ଉଦ୍ଧାର କରିଥିଲେ । ଲବ ମାଲିଙ୍କୁ ଗୁରୁତର ଭାବେ ଉଦ୍ଧାର କରି ବୋଡେନ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଗତ କିଛି ଦିନ ହେଲା ନୂଆପଡ଼ାରେ ଭାଲୁ ଆତଙ୍କ ଜାରି ରହିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଭୟର ବାତାବରଣ ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.