ପଲସରରେ ଆସି ଆଳୁ ବ୍ୟବସାୟୀଙ୍କୁ ଆକ୍ରମଣ, ଲୁଟିନେଲେ ଦେଢ ଲକ୍ଷ ଟଙ୍କା

Published By : Prameya-News7 Bureau | September 08, 2020 IST

ଜଗତସିଂହପୁର ୦୮।୦୯: ଆଳୁ ବ୍ୟବସାୟୀଙ୍କ ଖଣ୍ଡାରେ ମରଣାନ୍ତକ ଆକ୍ରମଣ । ଜଗତସିଂହପୁର ଜିଲ୍ଲା ଦଳେଇଘାଇ ନିକଟରେ ଆକ୍ରମଣ କରି ଦେଢଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଆହତ ଆଳୁ ବ୍ୟବସାୟୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଆଜି ସକାଳ ସମୟରେ ଆଳୁ ବ୍ୟବସାୟୀ ଜଣଙ୍କ ଯାଉଥିବା ସମୟରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ବ୍ୟବସାୟୀଙ୍କୁ ଆକ୍ରମଣ କରି ଦେଢ ଲକ୍ଷ ଟଙ୍କା ଲୁଟି ନେଇଥିବାର ଅଭିଯୋଗ ମଧ୍ୟ ହୋଇଛି । ଦୁଇ ଜଣ ଦୁର୍ବୃତ୍ତ ପଲସରରେ ଆସି ଆକ୍ରମଣ କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତଙ୍କ ପରିଚୟ ଜଣାପଡିନାହିଁ । ଘଟଣାରେ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ । ସେପଟେ ଆହତ ଆଳୁ ବ୍ୟବସାୟୀଙ୍କୁ ଗୁରୁତର ଅବସ୍ଥାରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତିରତ କରାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.