ଅନୁଗୋଳରେ ଭାଲୁ ଆକ୍ରମଣରେ ଜଣେ ଆହତ
25/08/2018 at 10:24 PM

ଅନୁଗୋଳ ୨୬/୮ : ଅନୁଗୋଳ ଛେଣ୍ଡିପଦା ବନାଞ୍ଚଳ ବାରମଞ୍ଚା ଗାଁରେ ଭାଲୁ ଆତଙ୍କ ଦେଖାଯାଇଛି। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଆହତ ହେ।ଇଛନ୍ତି । ଆହତ ବ୍ୟକ୍ତି ହେଉଛନ୍ତି ବାରମଞ୍ଚା ଗାଁର ଶମ୍ଭୁ ମାଝୀ । ଶମ୍ଭୁ ଆଜି ସକାଳୁ ବିଲକୁ କାମ କରିବାକୁ ଯାଉଥିବା ସମୟରେ ଭାଲୁ ହାବୁଡରେ ପଡିଯାଇଥିଲା । ଭାଲୁ ନିଜ ଆଗରେ ଶମ୍ଭୁକୁ ଦେଖି ଆକ୍ରମଣ କରିଥିଲା ।ତାଙ୍କୁ ଆହତ ଅବସ୍ଥାରେ ଛେଣ୍ଡିପଦା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।