Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ପମ୍ପ ଦେବା ସମୟରେ ଫାଟିଲା ଟାୟାର, ଚାଲିଗଲା ଜଣଙ୍କ ଜୀବନ

2/01/2020 at 9:19 PM

ପାରଦୀପ୨/୧: ପାରାଦୀପର ଶାରଳା ମନ୍ଦିର ନିକଟରେ ଥିବା ମା ଟାୟାର ଓ୍ବାର୍କସପରେ ଅଘଟଣ। ସେହି ଓ୍ବାର୍କସପରେ କାମ କରୁଥିବା ମୁନା ମୁର୍ମୁଙ୍କ ମୄତ୍ୟୁ ଘଟିଛି। ସୂଚନା ମୁତାବକ ଫୋରକ୍ଲିପ ମେସିନର ଟାୟାରରେ ପମ୍ପ ଦେବା ସମୟରେ ଟାୟାରଟି ବ୍ଲାଷ୍ଟ କରିଥିଲା। ତେବେ ମୁନା ମୁର୍ମୁ ଫୋରକ୍ଲିପ ମେସିନ ଟାୟାରରେ ଯେତିକି ପରିମାଣର ପମ୍ପ ଦେବାକଥା ଦେଇ ଥିଲେ। ହେଲେ ଅଧିକ ପମ୍ପ ଦେବା ପାଇଁ ଫୋରକ୍ଲିପ ମେସିନର ଡ୍ରାଇଭର ମୁନାଙ୍କୁ ବାଧ୍ୟ କରିଥିଲେ।  ଯାହା ଫଳରେ ଟାୟାରଟି ବ୍ଲାଷ୍ଟ କରିଥିଲା।

ଟାୟାରରେ ଥିବା ରିମ୍ ଚୁଡି ଛିଟିକି ହୋଇ ମୁନାର ଛାତିରେ ବାଜି ଥିଲା। ଘଟଣା ସ୍ଥଳରେ ମୁନା ଆହତ ହୋଇ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବନ୍ଦର ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୄତ ଘୋଷଣା କରିଥିଲେ। ତେବେ ଏହି ଘଟଣା ସଂପର୍କରେ ପାରାଦୀପ ଆଦର୍ଶ ଥାନାରେ ଜଣାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

   Related Posts