ଶିକାରୀ ଅନ୍ତରା ସିଂହ ଗିରଫ, ଜଙ୍ଗଲରେ ଲଗାଉଥିଲେ ନିଆଁ

Published By : Prameya-News7 Bureau | March 11, 2021 IST

ଉଦଳା ୧୧।୦୩ : ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଜଣେ ଶିକାରୀକୁ ଗିରଫ କଲା ବନ ବିଭାଗ । ଶିମିଳିପାଳର ପୋଡଡିହା ରେଞ୍ଜରେ ନିଆଁ ଲଗାଉଥିବା ବେଳେ ଧରିଲା ବନ ବିଭାଗ । ଗିରଫ ଶିକାରୀର ନାମ ଅନ୍ତରା ସିଂ ।  ଶିକାରୀ ନିକଟରୁ ୭ କିଲୋ ଝିଙ୍କ ମାଂସ ସହିତ ଏକ ଦେଶୀ ବନ୍ଧୁକ, ଏବଂ କୁରାଢ଼ୀ ଜବତ କରିଛି ବନବିଭାଗ ।

ଖବର ଅନୁଯାୟୀ, ରାଜ୍ୟରେ ଏବେ ଅଧିକାଂଶ ଜଙ୍ଗଲ ଜଳୁଛି । ନିଆଁ କିପରି ଆୟତ୍ତ କରାଯିବ, ସେନେଇ ବନବିଭାଗ , ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ୍‌ ଦିନରାତି ଲାଗିପଡିଛନ୍ତି । ତେବେ କିଛି ଦିନ ତଳେ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ କରଞ୍ଜିଆ ଅଞ୍ଚଳରେ ପ୍ରଥମ ଜଣଙ୍କୁ ଅଟକ ରଖିଥିଲା ବନବିଭାଗ ।

ଏହି ଘଟଣାର ଗୋଟିଏ ଦିନ ପରେ ଆଉ ଜଣେ ଶିକାରୀ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଧରିଥିଲା ବନବିଭାଗ । ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ବନବିଭାଗ । ତେବେ ଏସବୁ ଭିତରେ ଆଜି ଶିମିଳିପାଳ ପୋଡ଼ଡ଼ିହା ରେଞ୍ଜରୁ ଜଣେ ଶିକାରୀଙ୍କୁ  ଗିରଫ କରିଛି ବନବିଭାଗ । ଶିକାରୀ ନିକଟରେ ୭ କିଲୋ ଝିଙ୍କ ମାଂସ ସହିତ ଏକ ଦେଶୀ ବନ୍ଧୁକ, ଏବଂ କୁରାଢ଼ୀ ଜବତ କରିଛି ବନବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.