Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ମହଙ୍ଗା ପଡିଲା ନାବାଳିକାକୁ ପ୍ରେମ ଓ ଘରୁ ନେଇ ପଳାଇବା, ବନ୍ଧା ହେଲା ଯୁବକ

18/06/2021 at 9:44 AM

ରାଇରଙ୍ଗପୁର ୧୮।୦୬: ମହଙ୍ଗା ପଡିଲା ନାବାଳିକା ପ୍ରେମ ଓ ଘରୁ ନେଇ ପଳାଇବା । ବନ୍ଧା ହେଲା ଯୁବକ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍‌ ଥାନା ନୁରୁବାଦଳା ଗାଁ ର ଘଟଣା । ଲିକନ ମହାନ୍ତ ନାମକ ଯୁବକଙ୍କୁ ଗିରଫ କରିଛି ପୋଲିସ ।

ଖବର ଅନୁଯାୟୀ, ନୁରୁବାଦଳା ଗାଁର ଲିକନ ମହାନ୍ତ ନାମକ ଜଣେ ଯୁବକ ରୋହିଣୀ କୁଦର ଗାଁ ଜଣେ ନାବାଳିକାଙ୍କୁ ପ୍ରେମ କରୁଥିଲା । ଯିଏ କି ଆଉ ତିନି ଦିନ ପରେ ମାନେ ଜୁନ ୨୦ରେ ସାବଳିକା ହୋଇଥାନ୍ତା। ତାକୁ ବିବାହ କରିବାକୁ ନିଜ ଘରକୁ ନେଇ ଯାଇଥିଲା । କିନ୍ତୁ ଝିଅକୁ ଅପହରଣ କରିଥିବା ପରିବାରଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ଗୁରୁବାର ଦିନ ଉଭୟଙ୍କୁ ପୁଅ ଘର ନୁରୁବାଦଳାରୁ ଉଦ୍ଧାର କରିଥିଲା । ଏହି ସହିତ ଯୁବକକୁ  ଗିରଫ ମଧ୍ୟ କରିଛି। ନାବାଳିକାକୁ ଘର ଲୋକେ ଗ୍ରହଣ କରିବାକୁ ମନା କରିଦେବା ପରେ ପୁଲିସ ବାରିପଦା ସ୍ଥିତ ସୁଧାର ଗୃହକୁ ପଠାଇଥିବା ଜଣାପଡ଼ିଛି। ତେବେ ଝିଅ ସାବାଳିକା ହେବାକୁ ମାତ୍ର ତିନି ଦିନ ଥିବା ବେଳେ ପରିବାର ଲୋକଙ୍କ ଏପରି ପଦକ୍ଷେପକୁ ସାଧାରଣରେ  ନାପସନ୍ଦ କରାଯାଉଛି।

   Related Posts