Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||
  • ପୃଥିବୀରେ ହେବ ଉଲକା ବର୍ଷା, ଏହି ଦିନ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ…
  • ||

ଟଙ୍କା ଦେବାକୁ କହି ଯାଇଥିଲେ, କିନ୍ତୁ ଆଉ ଫେରିଲେନି ; ଠକେଇ ଅଭିଯୋଗରେ ଜଣଙ୍କୁ ଗିରଫ କଲା ପୋଲିସ

11/11/2020 at 10:58 AM

ପାଟଣା ୧୧।୧୧: ଠକେଇ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ । କେନ୍ଦୁଝର ଜିଲ୍ଲାର ବାରିଆ ଥାନା ବାର୍ହାପଶି ଗାଁର ରଞ୍ଜନ ମହାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଣ୍ଡା ପେଟି ଦେବା ନାଁରେ ଠକେଇ ହୋଇଥିବା ଅଭିଯୋଗ ।

ଖବର ଅନୁଯାୟୀ, ରଞ୍ଜନ ଢେଙ୍କାନାଳ ଜିଲ୍ଲା ଭାପୁର ସ୍ଥିତ ସ୍ୱସ୍ତି ଆଗ୍ର ଫାର୍ମରୁ ୨୦୦ ରୁ ଅଧିକ ପେଟି ଅଣ୍ଡା ମଗାଇଥିଲେ । ଉକ୍ତ ଅଣ୍ଡା ପେଟିରୁ ୧୦୦ ପେଟି ଖୀରେଇଟାଙ୍ଗିରୀ ନିକଟରୁ ଆଉ ଏକ ପିକଅପରେ ଲୋଡ଼ କରି ନେଇଥିଲେ। ଅଣ୍ଡା ପେଟି ଗୁଡିକୁ ଡେଲିଭରୀ କରିଥିବା ଗାଡିର ଡ୍ରାଇଭରଙ୍କୁ ଘରୁ ଟଙ୍କା ଆଣିଦେଉଛି କହି ଅଣ୍ଡା ପେଟି ଗୁଡିକ ନେଉଯାଇଥିଲେ । କିନ୍ତୁ ସେ ଟଙ୍କା ନଦେଇ ଫୋନକୁ ଅଫ କରିଦେଇଥିଲେ । ଏନେଇ ଅଣ୍ଡା ଡେଲିଭରି କରିଥିବା ଗାଡିର ଡ୍ରାଇଭର ଅଜୟ ନାଏକ ଥାନାରେ ଅଭିଯୋଗ କରିଥିଲେ । ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରିଥିଲା ।  ରଞ୍ଜନର  ମୋବାଇଲକୁ ଟ୍ରାକ୍ କରି ଚମ୍ପୁଆ ଥାନା ବାସୁଦେବପୁରରୁ ଗିରଫ କରିବା ସହିତ ୫୦ ପେଟି ଅଣ୍ଡା ଜବତ କରିଛି।

   Related Posts