ନୀଳଗିରି ୦୧।୦୬ : ନୀଳଗିରି ଥାନା ଅଧିନ ଔପଦା ବ୍ଲକ ରଙ୍ଗାମାଟିଆ ଗାଁରେ ଘଟିଛି ଅଭାବନୀୟ ଘଟଣା। ଜଣେ ଯୁବକ ତାର ସ୍ତ୍ରୀକୁ ବାରମ୍ବାର ନିର୍ଯ୍ୟାତନା ଦେଇ ଆସୁଥିବା ବେଳେ , ଶେଷରେ ମାରିଦେବାକୁ ଉଦ୍ୟମ ଅଭିଯୋଗରେ ସ୍ୱାମୀ ଗିରଫ ହୋଇଛି ।
ସୂଚନାଯୋଗ୍ୟ ଯେ, ନୀଳଗିରି ବ୍ଲକ ଅଧିନ ଜଡିଦା ପଂଚାୟତ ଅଧିନ ଡେଙ୍ଗାସାହି ଗ୍ରାମର ଜଗା ସିଂ ଶ୍ୟାମସୁନ୍ଦର ରଙ୍ଗାମାଟିଆ ହାତୀଖୋଲିଆ ଅଂଚଳର ରମାକାନ୍ତ ଦେହୁରୀଙ୍କ ଝିଅ ସବିତାକୁ ବିବାହ କରିଥିଲେ। ପରେ ଜଗା ତାଙ୍କ ସ୍ତ୍ରୀକୁ ବାରମ୍ବାର ନିର୍ଯ୍ୟାତନା ଦେଇଆସୁଥିଲେ। ସବିତା ବାପ ଘରକୁ ଯାଇ ଥିବାବେଳେ ଜାଗା ତାଙ୍କ ସହଯୋଗୀଙ୍କ ସହ ହାତୀଖୋଲିଆ ଅଞ୍ଚଳକୁ ଯାଇ ତାଙ୍କୁ ମାରଧର କରିବା ସହ ମାରିଦେବାକୁ ଉଦ୍ୟମ କରିଥିବାର ଅଭିଯୋଗ ହୋଇଛି।ଏନେଇ ନୀଳଗିରି ପୋଲିସ ୪୭୮,୩୨୩,୩୦୭,୫୦୬,୩୪ ଆଇପିସି ରେ ୧୭୧ ନମ୍ବର ମାମଲା ରୁଜୁ କରିଛି । ଅଭିଯୁକ୍ତ ସ୍ଵାମୀକୁ ଗିରଫ କରିଛି ପୋଲିସ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।