Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଘର କଳିରୁ ମାରିଥିଲା ନାତି, ୧୪ଦିନ ପରେ ଖୋଲିଲା ବୃଦ୍ଧଙ୍କ ମୃତ୍ୟୁର ରହସ୍ୟ

20/08/2020 at 2:03 PM

ସାନଖେମୁଣ୍ଡି ୨୦।୦୮: ପୋଲିସ ହାତରେ ଧରାପଡିଲା ଅଭିଯୁକ୍ତ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପ୍ରତାପଗିରିରେ ଜଣେ ବୃଦ୍ଧଙ୍କୁ ନିର୍ମମ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତର ନାମ ସନ୍ତୋଷ ବୋଲି ଜଣାପଡିଛି । ସନ୍ତୋଷ ସମ୍ପର୍କରେ ବୃଦ୍ଧଙ୍କ ନାତି ହେବ ।

ସୂଚନାଯୋଗ୍ୟ ଯେ, ଗତ ୫ତାରିଖ ଦିନ ଗାଁ ମଣ୍ଡପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ବୃଦ୍ଧ ପଡିଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ମାମଲା ରୁଜୁ କରି ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ଘଟଣାରେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ପକ୍ଷରୁ  ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା ।

ଆସିକା SDPOଙ୍କ ନେତୃତ୍ୱରେ ତିନି ଜଣ ଥାନା ଅଧିକାରୀଙ୍କୁ ନେଇ ଟିମ୍‌ ଗଠନ କରାଯାଇଥିଲା । ତେବେ ଘଟଣାରେ ୧୦ଦିନ ଅଧିକ ସମୟ ବିତିଯିବା ପରେ ଅଭିଯୁକ୍ତ ସନ୍ତୋଷଙ୍କୁ ଗିରଫ କରିଛି ପୋଲିସ । ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଗିରଫ ହୋଇଥିବା ନାତି(ସନ୍ତୋଷ)ଠାରୁ ମାରଣାସ୍ତ୍ର ମଧ୍ୟ ଜବତ କରିଛି ପୋଲିସ । ସନ୍ତୋଷ କୋର୍ଟ ମଧ୍ୟ ଚାଲାଣ କରାଯାଇଥିବା ନେଇ ASP ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦେଇଛନ୍ତି ।

   Related Posts