ବେଧଡ଼କ ଚାଲିଛି ଚୋରା କାରବାର : ସୀମାନ୍ତରୁ ଜଣେ ବେପାରୀ ଗିରଫ, ଅଭିଯୁକ୍ତ ନିକଟରୁ ୧୭୧ ଖଣ୍ଡ ହୀରା ଜବତ

Published By : Prameya-News7 Bureau | September 07, 2020 IST

ନୂଆପଡା ୦୭।୦୯ :  ଦିନକୁ ଦିନ ବଢିଚାଲିଛି ହୀରାର ଚୋରା କାରବାର । ଯାହାକୁ ବିଫଳ କରିଛି ପୋଲିସ । ଛତିଶଗଡ଼ ସିମାନ୍ତବର୍ତ୍ତୀ ସିନାପାଲି ବ୍ଲକ ଅଞ୍ଚଳରୁ ବାରମ୍ବାର ଗରିଆବନ୍ଧ ପୋଲିସ ଚଢାଉ କରି ବଜ୍ରକାପ୍ତା,ବାଘଛାଲ ଭଳି ମୂଲ୍ୟବାନ ସାମଗ୍ରୀ ଜବତ କରିଛି । ଅସାଧୁ ବ୍ୟବସାୟୀ ମାନଙ୍କୁ ଗିରଫ କରିଥିବା ବେଳେ ପୁଣି ଜଣେ ଅସାଧୁ ହୀରା ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ଘଟଣା ଛତିଶଗଡ଼ ପୋଲିସର ସଫଳତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

{"id":326148,"sizeSlug":"large"}

ସୁଚନା ଅନୁଶାରେ,  ସିନାପାଲି ସହର ଅଞ୍ଚଳରୁ ଦୁଇଜଣ ହୀରା ବେପାରୀ ବିକ୍ରି ଉଦ୍ଦେଶ୍ୟରେ ଛତିଶଗଡ଼ ଯାଉଥିଲେ । ଏହାର ଖବର ପାଇ ଗରିଆବନ୍ଧ ଏସ୍‌ପି ଭୋଜରାମ ପଟେଲଙ୍କ ନେତୃତ୍ବରେ ଏକ ଦଳ ଗଠନ କରିବା ସହ ସିମାନ୍ତବର୍ତ୍ତି କୁସୁମଜୋର ଗାଁ ନିକଟରେ ଜଗି ରହିଥିଲେ । ସିନାପାଲି ବ୍ଲକ ଗୋଡାଲ ଗ୍ରାମର ନୁତନ ପଟେଲ ଓ ସିନାପାଲି ସହର ର ଅନ୍ୟ ଜଣେ ହୀରା ବ୍ୟବସାୟୀ ବାଇକ ଯୋଗେ ଯାଉଥିବା ବେଳେ ପୂର୍ବରୁ ଜଗି ରହିଥିବା ଛତିଶଗଡ଼ ପୋଲିସ ଜଣକୁ କାବୁ କରିବାରେ ସକ୍ଷମ ହୋଇଥିଲା । କିନ୍ତୁ ଅନ୍ୟ ଜଣେ କୌଶଳ କ୍ରମେ ସେଠାରୁ ଖସି ପଳାଇଛି ।

{"id":326149,"sizeSlug":"large"}

ତେବେ ପୋଲିସ ତଦନ୍ତ ବେଳେ ନୁତନ ପଟେଲ ପାଖରୁ ୪ ଖଣ୍ଡ ବଡ ହୀରା ସହ ସମୁଦାୟ ୧୭୧ ଖଣ୍ଡ ହୀରା ଜବତ ହୋଇଛି । ଯାହାର ମୂଲ୍ୟ ୨୫ ଲକ୍ଷ ବୋଲି ଆକଳନ କରାଯାଇଛି । ଏହାସହ ଅସାଧୁ ହୀରା ବ୍ୟବସାୟୀ ନୁତନ ପଟେଲକୁ ଗିରଫ କରି କୋର୍ଟ ଚାଲଣ କରିଯାଇଥିବା  ସାମ୍ବାଦିକ ସମ୍ମିଳନୀ ଜରିଆରେ ସୁଚନା ଦେଇଛନ୍ତି ଗରିଆବନ୍ଧ ଏସପି ଭୋଜରାମ ପଟେଲ । ମାତ୍ର ପାଞ୍ଚମାସ ବିତରେ ୩୫୨ ଖଣ୍ଡ ହୀରା ଜବତ କରି ଅସାଧୁ ବ୍ୟବସାୟୀ ମାନଙ୍କୁ ପଡୋଶୀ ଛତିଶଗଡ଼ ପୋଲିସ ଗିରଫ କରିଥିବା ବେଳେ ସିନାପାଲି ପୋଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.