Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ରାଜଧାନୀରୁ ୨୪ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ : ଜଣେ ଗିରଫ, ପିସ୍ତଲ ଜବତ

16/11/2020 at 2:07 PM

ଭୁବନେଶ୍ୱର ୧୬।୧୧: ଦିନକୁ ଦିନ ରାଜଧାନୀରେ ବଢିଚାଲିଛି ବ୍ରାଉନସୁଗାର କାରବାର୍‌ । ଯାହାକି କମିଶନରେଟ୍‌ ପୋଲିସ ପାଇଁ ଚିନ୍ତାର ବିଷୟ ପାଲଟିଛି । ବିଭିନ୍ନ କଟକଣା ସତ୍ତ୍ୱେ ବି ଭୁବନେଶ୍ୱରରେ ଚାଲିଛି ଧଳଜହର କାରବାର । ଆଜି ପୁଣି ରାଜଧାନୀରୁ ପ୍ରାୟ ୨୪୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଏହା ସହିତ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ ।

ଖବର ଅନୁଯାୟୀ, ବ୍ରାଉନସୁଗାର ହବ୍‌ ପାଲଟିଛି ରାଜଧାନୀ । ଏଠାରେ ନିଶା କାରବାର ଦିନକୁ ଦିନ ବଢିଚାଲିଛି । ତେବେ ଖଣ୍ଡଗିରି ପୋଲିସ କୌଣସି ସୁତ୍ରରୁ ଖବର ପାଇ ଜଣେ ବ୍ୟକ୍ତିଙ୍କ ଠାରୁ ୨୪୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଏହା ସହିତ ଗୋଟିଏ ପିସ୍ତଲ ଓ କାର୍‌ ମଧ୍ୟ ଜବତ କରିଛି । ତେବେ ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ନୟାଗଡ଼ ଦଶପଲ୍ଲା ଅଞ୍ଚଳର ମୁନ୍ନା ସେଠୀ ବୋଲି ଜଣାପଡିଛି । ଖଣ୍ଡଗିରି ପୋଲିସ ଜବତ କରିଥିବା ବ୍ରାଉନସୁଗାରର ଆନୁମାନିକ ମୁଲ୍ୟ ପ୍ରାୟ ୨୪ଲକ୍ଷ ଟଙ୍କା ହେବ ବୋଲି ସୂଚନା ରହିଛି । ସେହିପରି ଗିରଫ ଥିବା ବ୍ୟକ୍ତିଙ୍କୁ ଅଧିକ ପଚରାଉଚାର କରୁଛି ଖଣ୍ଡଗିରି ପୋଲିସ । ଏତେ ପରିମାଣର ବ୍ରାଉନସୁଗାର ଭୁବନେଶ୍ୱରକୁ କିପରି ଆସିଲା , ଏବଂ ଏହି କାରବାରର କିଏ କିଏ ଲିଙ୍କ ରହିଛି। ଧଳାଜହର କାରବାରର ଚେର କେତେ ବାଟ ପର୍ଯ୍ୟନ୍ତ ଲମ୍ବିଛି । ତାହା ଆଗାମୀ ଦିନରେ ତଦନ୍ତ ହେଲେ, ସମସ୍ତ ତଥ୍ୟ ସାମ୍ନାକୁ ଆସିବ ।

   Related Posts