Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ଜଘନ୍ୟ : ଗୋଟିଏ ପରିବାରର ୪ଜଣଙ୍କୁ ଦୁଷ୍କର୍ମ, ମାଆ- ଦୁଇ ମାଉସୀଙ୍କ ସହ ନାବାଳିକାକୁ ବି ଛାଡିଲାନି ଅଭିଯୁକ୍ତ

26/01/2021 at 3:33 PM

ଜୟପୁର,୨୬/୦୧: ରାଜସ୍ଥାନର ଦୌସା ଜିଲ୍ଲାରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଯାଇଛି । ଜଣେ ବ୍ୟକ୍ତି ଗୋଟିଏ ପରିବାରର ୪ ଜଣଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କ ମଧ୍ୟରେ ଜଣେ ନାବାଳିକା ମଧ୍ୟ ରହିଛନ୍ତି । ଦୌସାରେ ଢାବା ଚଳାଉଥିବା ବିଷ୍ଣୁ ଗୁର୍ଜର ନାମକ ଜଣେ ବ୍ୟକ୍ତି ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ପୋଲିସ ତାକୁ ଗିରଫ କରି ତଦନ୍ତ ଜାରି ରଖିଛି ।

ସୂଚନାନୁସାରେ, ବିଷ୍ଣୁ ଗୁର୍ଜର ପ୍ରଥମେ ଉକ୍ତ ପରିବାରର ଜଣେ ମହିଳାଙ୍କୁ ବର୍ଷେ ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିଲା । ପରେ ବିଷ୍ଣୁ ପରିବାରର ଅନ୍ୟ ସଦସ୍ୟାଙ୍କୁ ଜାଲରେ ଫସାଇବାକୁ ଚେଷ୍ଟା କରୁଥିଲେ ।  ଏନେଇ ପୀଡ଼ିତା ଜାଣିବା ପରେ ପୋଲିସରେ ଏତଲା ଦେଇଥିଲେ । କିନ୍ତୁ ଏହି ଏତଲା ପରେ ଅନ୍ୟମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ । ସେମାନେ ମଧ୍ୟ ବିଷ୍ଣୁ ଦ୍ୱାରା ଦୁଷ୍କର୍ମ ଶିକାର ହୋଇଥିବା ଅଭିଯୋଗ କରିଥିଲେ ।

ପ୍ରଥମ ଏତଲା ଚଳିତମାସ ୨୧ ତାରିଖରେ ଦିଆଯାଇଥିଲା । ସେହିପରି  ଗତ ୨୩ ଓ ୨୪ରେ ଆଉ ଦୁଇଟି ମାମଲା ଥାନାରେ ରୁଜୁ ହୋଇଥିଲା । ପ୍ରଥମ ଅଭିଯୋଗକାରିଣୀଙ୍କ ଦୁଇ ସାନ ଭଉଣୀ ଓ ନାବାଳିକା ଝିଅ ଦୁଷ୍କର୍ମ ଶିକାର ହୋଇଥିବା ଅଭିଯୋଗରୁ ଜଣାପଡ଼ିଥିଲା ।

   Related Posts