କୁତ୍ସିତ ମାନସିକତା : କୁକୁରକୁ ବାନ୍ଧି ଦୁଷ୍କର୍ମ କଲେ ଯୁବକ, ଉଦ୍ଧାର କଲେ ସିକ୍ୟୁରିଟି ଗାର୍ଡ

Published By : Prameya-News7 Bureau | November 07, 2020 IST

ମୁମ୍ବାଇ ୦୭।୧୧: ଦେଶ ସାରା ମହିଳାଙ୍କ ବିରୋଧରେ ହିଂସା ବଢୁଛି । ଯାହାକି ଏକ ଚିନ୍ତାର ବିଷୟ ପାଲଟିଛି । ଏସବୁ ଭିତରେ ମୁମ୍ବାଇରୁ ଏକ ଘଟଣା ସାମ୍ନାକୁ ଆସିଛି । ଯାହାକି ଆପଣାମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଦେଖିବାକୁ ଗଲେ ଏଠାରେ ମହିଳା ପରେ ପଶୁମାନେ ମଧ୍ୟ ସୁରକ୍ଷିତ ନୁହଁନ୍ତି । ୩୦ବର୍ଷୀୟ ଜଣେ ବ୍ୟକ୍ତି କୁକୁରକୁ ରଶିରେ ବାନ୍ଧି ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି ।

ଖବର ଅନୁଯାୟୀ, ପଶ୍ଚିମ ମୁମ୍ବାଇରେ ଏକ ଅଞ୍ଚଳର ଏହି ଘଟଣା । ଅଭିଯୁକ୍ତ ଶୋଭନାଥ ସରୋଜ ଗୁରୁବାର ଦିନ ସଂଧ୍ୟା ସମୟରେ ଏକ କାର୍‌ରେ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି । ୩୦ବର୍ଷୀୟ ଅଭିଯୁକ୍ତ ଜଣେ ଦିନ ମଜୁରିଆ ଭାବେ କାମ କରୁଥିଲା । ଗୁରୁବାର ଦିନ ସେ କୁକୁରକୁ ନିକଟରେ ଥିବା ଏକ ଘରରେ ବାନ୍ଧି କରିଦେଇଥିଲା । ଯାହାପରେ ତାକୁ ଦୁଷ୍କର୍ମ କରିଥିବାର କରିଥିଲା । ତେବେ କୁକୁର ଭୁକୁଥିବାର ଶବ୍ଧ ଶୁଣି ନିକଟରେ ଥିବା ସିକ୍ୟୁରିଟି ଗାର୍ଡ ଦୌଡି ଆସିଥିଲେ ।  କୁକୁରକୁ ଅଚେତ ଅବସ୍ଥାରେ ପଡିଥିବାର ଦେଖିବାକୁ ପାଇଥିଲେ । କୁକୁରର ଗୁପ୍ତାଙ୍ଗରୁ ରକ୍ତ ବାହାରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଅଭିଯୁକ୍ତ ଜଣଙ୍କ ସେଠାରୁ ଫେରାର ହୋଇଯାଇଥିଲା ।

ତେବେ ଜଣେ ସ୍ୱଚ୍ଛାସେବୀଙ୍କ ଅନୁସାରେ , ଗୁରୁବାର ସଂଧ୍ୟରେ ଜଣେ କୁକୁରଙ୍କ ସହିତ ଏପରି କୁତ୍ସୀତ ଘଟଣାର ରିପୋର୍ଟ ମିଳିଛି । ଏହା ପରେ ତୁରନ୍ତ ୧୦୦କୁ ଫୋନ୍‌ କରି ଘଟଣାସଂପର୍କରେ ଜଣାଇଥିଲେ। ଏହାପରେ ପୋଲିସ ଘଟଣାସଂପର୍କରେ ଜାଣିବାକୁ ପାଇଥିଲା । ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅସୁସ୍ଥ କୁକୁରକୁ ପଶୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ଚିକିତ୍ସା ଜାରି ରହିଛି । ଏହାପୂର୍ବରୁ ମୁମ୍ବାଇ ଏପରି ଆଉ ଏକ ଘଟଣା ମଧ୍ୟ ଘଟିଥିଲା । ଗୋଟିଏ କୁକୁରକୁ ଦୁଷ୍କର୍ମ କରିଥିବାର ଘଟଣା ସାମ୍ନାକୁ ଆସିଥିଲା । ଘଟଣାରେ ଜଣେ ୪୨ବର୍ଷୀୟ ଅଟୋ ଚାଳକଙ୍କୁ ଗିରଫ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.