Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଘଉଡାଇବାବେଳେ ଦଳି ମାରିଦେଲା ହାତୀ

20/01/2020 at 6:55 PM

ଯାଜପୁର ୨୦।୦୧: ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ତଥା ଟମକା ବନଖଣ୍ଡ ଅନ୍ତର୍ଗତ ବେଣାପାଟିଆ ଗ୍ରାମର ଘଟଣା । ମୃତକ ବେଣୁଧର ସିଧୁ ବୋଲି ଜଣାପଡିଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେହିପରି ପରିବାରକୁ କ୍ଷତିପୂରଣ ଦେବା ପାଇଁ ସ୍ଥାନୀୟଲୋକମାନେ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଜଙ୍ଗଲର  ହାତୀଟି ଖାଦ୍ୟ ଅନ୍ବେଷଣରେ ବେଣପାଟିଆ ଗାଁ ଭିତରକୁ ଚାଲିଆସିଥିବା ଅନୁମାନ କରାୟାଉଛି  ।  ହାତୀଟି ବେଣୁଧର ବାଡିରେ ପଶି ଧାନ ଖାଉଥିବା ଦେଖି ତାକୁ ଘଉଡାଇବା ପାଇଁ ଉଦ୍ୟମ କରିଥିଲା । କିନ୍ତୁ ଏହି ସମୟରେ ହାତୀଟି ବେଣୁଧରଙ୍କୁ ଦଳି ଦେଇଥିଲା । ଘଟଣାସ୍ଥଳରୁ ବେଣୁଧରଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ ଉଦ୍ଧାର ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।ହାତୀ ଘଉଡାଇବା ଏବଂ ସ୍ଥିତି ସୁଧାରିବାକୁ କଳିଙ୍ଗନଗର ପୋଲିସ ଓ ଟମକା ବନଖଣ୍ଡ ଅଧିକାରୀଙ୍କ ପକ୍ଷରୁ ଟିମ୍ ସହାୟତାରେ ଉଦ୍ୟମ ଅବ୍ୟାହତ ରହିଛି ।

   Related Posts