୩ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ଲ୍ୟାଣ୍ଡଫଲ ପ୍ରକ୍ରିୟା, ସାକ୍ଷୀଗୋପାଳରେ ଗଛ ପଡି ଯୁବକ ମୃତ

Published By : Prameya-News7 Bureau | May 03, 2019 IST

ଭୁବନେଶ୍ବର୩|୫: ସକାଳ ୮:୩୦ ମିନଟ୍‌ରୁ ଫନିର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପୁରୀର ଦକ୍ଷିଣ ପଟରେ ଫନି ସ୍ଥଳ ଭାଗ ଛୁଇଁବାରେ ଲାଗିଛି। ଏହି ପ୍ରକ୍ରିୟା ୩ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏବେ ପୁରୀରେ ଘଣ୍ଟାକୁ ୧୭୫ କିମି ବେଗରେ ପବନ ବହିବା ସହ ଭିଷଣ ବର୍ଷା ହେଉଛି। ଅସ୍ଥରଂଗ, ସାତପଡା, ମାଲୁଦ, ବ୍ରହ୍ମଗିରି ଆଦି ଅଞ୍ଚଳରେ ପବନର ବେଗ ଅଧିକ ରହିଥିବା ସୂଚନା ମିଳିଛି । ସାକ୍ଷୀଗୋପାଳର ହିରଣ୍ୟପଡା ଗାଁରେ ନଡିଆ ଗଛ ବାହାଙ୍ଗା ପଡି ଜଣେ ୧୮ ବର୍ଷ ବୟସ୍କ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି। ପୁରୀଠାରୁ ମାତ୍ର ୨୫ କିମି ଦୂରରେ ଫନି ରହିଥିବା ପାଣିପାଗ ବିଭାଗ ସୁତ୍ରରୁ ପ୍ରକାଶ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.