ଦନ୍ତା ନେଲା ଜୀବନ, ଧାନ କାଟିବା ସମୟରେ କଚାଡି ମାରିଲା ହାତୀ
20/12/2019 at 9:58 AM

କାମାକ୍ଷାନଗର ୨୦।୧୨: ପୁଣି ଦନ୍ତା ନେଲା ଜୀବନ । ଢେଙ୍କାନାଳ ଜିଲ୍ଲାରେ ଦିନକୁ ଦିନ ବଢିଚାଲିଛି ଦନ୍ତା ହାତୀଙ୍କ ଉପଦ୍ରବ । କେତେବେଳେ ହାତୀ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ ହେଉଛି । ପୁଣି କେତେବେଳେ ହାତୀ ଆକ୍ରମଣରେ ସାଧାରଣଲୋକ ମୃତ୍ୟୁବରଣ କରୁଛନ୍ତି ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ରୋଡ ଗାଁର ଶ୍ରୀକାନ୍ତ ମୁଦୁଲି । ନିଜ ବିଲକୁ ଧାନ କାଟିବା ପାଇଁ ଶ୍ରୀକାନ୍ତ ଯାଇଥିବା ସମୟରେ ଦନ୍ତା ହାତୀ ହାବୁଡରେ ପଡିଯାଇଥିଲେ । ଦନ୍ତା ହାତୀଟି ଶ୍ରୀକାନ୍ତଙ୍କୁ କଚାଡି ମାରିଦେଇଛି ।
Related Posts
ତିନିକୋଶିଆ ଜଙ୍ଗଲରେ ଲାଗିଲା ନିଆଁ, ଦମକଳ ବାହିନୀ ନାକେଦମ୍
27 January 2021