ଲକ୍ ଡାଉନ୍ ନିୟମ ଭାଙ୍ଗି ଜଣେ ଗିରଫ…
23/03/2020 at 3:43 PM

ଭଦ୍ରକ୨୩/୩: ଲକ୍ ଡାଉନ ନିୟମ ଭାଙ୍ଗି ଜଣେ ଗିରଫ। ସରକାର ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକ୍ ଡାଉନ କରି ଦିଆଯାଇଛି। ରାଜ୍ୟର ପ୍ରମୁଖ ସହ କଟକ, ଭୁବନେଶ୍ବର ରାଉରକେଲା ଭଳି ସ୍ଥାନଗୁଡିକ ଜନଶୂନ୍ୟ ହୋଇ ଯାଇଛି। ଏହି ସମୟରେ ଭଦ୍ରକ ଜଣେ ବ୍ୟବସାୟୀ ସରକାରଙ୍କ ନିୟମକୁ ଭାଙ୍ଗି ଦୋକାନ ଖୋଲିଥିଲେ। ପୋଲିସ୍ ପେଟ୍ରୋଲିଂ କରିବା ବେଳେ ସଂପୃକ୍ତ ଦୋକାନୀଙ୍କୁ ଗିରଫ କରିଥିଲା। ଭଦ୍ରକ ଏସପି ରାଜେଶ ପଣ୍ଡିତ କହିଛନ୍ତି ଯେ,ସରକାରଙ୍କ ଦ୍ବାରା ଜାରି ହୋଇଥିବା ଆଡ଼ଭାଇଜରୀ ପାଳନ ନକଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Related Posts
ବ୍ରହ୍ମପୁର: ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣାରେ ଜଣେ ଗିରଫ
18 January 2021