Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଝିଅ ଆଗରେ ପାଣିରେ ବୁଡିଗଲେ ମା, ମେଡିକାଲରେ ମୃତ୍ୟୁ ଘୋଷଣା କଲେ ଡାକ୍ତର

11/10/2020 at 12:58 PM

ଆଠମଲ୍ଲିକ ୧୧।୧୦: ଝିଅ ଆଗରେ ପାଣିରେ ବୁଡିଗଲା ମା । ପୋଖରୀରେ ବୁଡି ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ଲିଲି ପ୍ରଧାନ । ଆଠମଲ୍ଲିକ ହଣ୍ଡପା ଥାନା ଅନ୍ତର୍ଗତ ଭୋଜିପାଠ ଗାଁରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ଲିଲି ପ୍ରଧାନ ତାଙ୍କ ଝିଅ ସହିତ ପୋଖରୀକୁ ସ୍ନାନ କରିବାକୁ ଯାଇଥିଲେ । ଝିଅ ସ୍ନାନ ସାରି ଘରକୁ ଯିବା ସମୟରେ ଲିଲି ପ୍ରଧାନ ପୋଖରୀରେ ବୁଡି  ଯାଉଥିବାର ଦେଖିଥିଲେ । ଝିଅ ମାକୁ ଉଦ୍ଧାର କରିବା ପାଇଁ ଗାଁ ଲୋକଙ୍କ ଡାକିଥିଲେ। ଝିଅର ପାଟି ଗାଁ ଲୋକେ ପୋଖରୀରୁ ଲିଲିକୁ ଉଦ୍ଧାର କରିଥିଲେ ।

କିନ୍ତୁ ଗାଁରେ ଲିଲି ପ୍ରଧାନ ଚେତା ନଆସିବାରୁ ପରିବାର ଲୋକ ତାଙ୍କୁ ଆଠମଲ୍ଲିକ ମେଡିକାଲକୁ ଆଣିଥିଲେ । ଆଠମଲ୍ଲିକ  ମେଡିକାଲରେ ଡାକ୍ତର ତାଙ୍କର ମୃତ୍ୟୁ  ଘୋଷଣା  କରିଥିଲେ । ହଣ୍ଡପା ପୋଲିସ ଆସିଲେ ଲିଲି ପ୍ରଧାନଙ୍କ ଶବ ବ୍ୟବଛେଦ ହେବ ବୋଲି ଜଣାପଡିଛି ।

   Related Posts