Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ମାତ୍ର ଗୋଟିଏ ରୁଟି…ବଦଳାଇ ଦେବ ଆପଣଙ୍କ ଭାଗ୍ୟ, ଚୁଟ୍‌କିରେ ପଳାଇବ ଅଭାବ

20/02/2021 at 5:15 PM

ଭୁବନେଶ୍ୱର ୨୦/୦୨ : ଜୀବନରେ ଅନେକ ସମୟରେ ସମସ୍ୟା ଦୂର ହେବାର ନାଁ ଧରି ନଥାଏ ।  ପ୍ରତ୍ୟେକ ସ୍ଥାନ ଏବଂ କାର୍ଯ୍ୟରେ ସମସ୍ୟା ହେତୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଏହାଦ୍ୱାରା ମନ ଉଦାସ ହେବା ସହିତ ନକାରାତ୍ମକ ଭାବନାର ପ୍ରଭାବ ପଡିଥାଏ ।  ଏହି ସମସ୍ୟାରୁ ରକ୍ଷା ପାଇବା ଏବଂ ଆର୍ଥିକ ସ୍ଥିତିକୁ ଦୃଢ କରିବା ପାଇଁ ରୁଟି ସହିତ ଜଡିତ ପଦକ୍ଷେପ ଗ୍ରହଣ କରିପାରିବେ । ଏହି ଉପାୟକୁ କରିବାଦ୍ୱାରା ଆପଣଙ୍କ ଜୀବନର ସମସ୍ତ ଅସୁବିଧା ଦୂର ହେବା ସହିତ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ତେବେ ଆସନ୍ତୁ ଜାଣିବା ଏହି ପ୍ରତିକାର ବିଷୟରେ … ସକାଳେ ଉଠି ଗାଧୋଇ ସାରି ରୁଟି ପ୍ରସ୍ତୁତ କରନ୍ତୁ । ପ୍ରଥମ ରୁଟିକୁ ଅଲଗା ରଖି ଏହାକୁ ୪ ଟି ସମାନ ଭାଗରେ ବିଭକ୍ତ କରନ୍ତୁ । ସେହି ଚାରି ଖଣ୍ଡ ରେ ଟିକେ ଟିକେ ମିଠା ରଖନ୍ତୁ । ପ୍ରଥମ ଭାଗ ରୁଟିକୁ ଗୋ ମାତାଙ୍କୁ ଖାଇବାକୁ ଦିଅନ୍ତୁ । ହିନ୍ଦୁ ଧର୍ମରେ ଗାଈକୁ ମା’ର ମାନ୍ୟତା ଦିଆଯାଇଛି । ବିଶ୍ୱାସ କରାଯାଏ ଯେ ସମସ୍ତ ଦେବାଦେବୀ ସେମାନଙ୍କ ମଧ୍ୟରେ ବାସ କରିଥାନ୍ତି ।  ତେଣୁ ସେମାନଙ୍କୁ ଶ୍ରଦ୍ଧାର ସହିତ ରୁଟି ଖାଇବାକୁ ଦେଇ ପ୍ରାର୍ଥନା କରନ୍ତୁ ।

ଦ୍ୱିତୀୟ ଭାଗ ରୁଟି କୌଣସି କୁକୁରକୁ ଖାଇବାକୁ ଦିଅନ୍ତୁ ଏବଂ ମନରେ ପ୍ରାର୍ଥନା କରି କୁହନ୍ତୁ, ‘ମୁଁ ଖାଦ୍ୟର ଏକ ଅଂଶ ଯମରାଜାଙ୍କୁ ଅନୁସରଣ କରୁଥିବା ଶ୍ୟାମ ଏବଂ ଶବଲଙ୍କୁ ଦେଉଛି, ସେ ଏହାକୁ ଗ୍ରହଣ କରନ୍ତୁ ।

ତୃତୀୟ ଖଣ୍ଡ ରୁଟି କାଉକୁ ଦିଅନ୍ତୁ । ଦେବା ସମୟରେ ଆପଣଙ୍କ ମନରେ ଇଶ୍ୱରଙ୍କୁ ସ୍ମରଣ କରି କୁହନ୍ତୁ ଯେ ପଶ୍ଚିମ, ଉତ୍ତର, ଦକ୍ଷିଣ ଏବଂ ପୂର୍ବର ଚାରି ଦିଗରେ ବାସ କରୁଥିବା କାଉମାନେ ମୋ ଦ୍ୱାରା ଦିଆଯାଇଥିବା ଏହି ରୁଟିକୁ ଗ୍ରହଣ କରନ୍ତୁ ।

ରୋଟିର ଚତୁର୍ଥ ଭାଗ ଭୂତ-ପ୍ରେତଙ୍କ ନାମରେ ରଖନ୍ତୁ । ଦେବା ପରେ ପଛକୁ ବୁଲି ନ ଚାହିଁ ଘରକୁ ଫେରନ୍ତୁ । 

– ନିୟମିତ ଏହି ପ୍ରତିକାର କରିବା ଦ୍ୱାରା, ଇଶ୍ୱରଙ୍କ କୃପା ଆପଣଙ୍କ ଉପରେ ଏବଂ ଆପଣଙ୍କ ଘରର ସମସ୍ତ ସଦସ୍ୟଙ୍କ ଉପରେ ପଡିବ। ଫଳରେ ଏପରି ହେବ ।

– ଜୀବନର ସମସ୍ତ ଅସୁବିଧା ଦୂର ହେବା ସହିତ ପ୍ରଗତିର ରାସ୍ତା ଖୋଲିଯିବ।

– ଘରେ ବ୍ୟାପିଥିବା ନକାରାତ୍ମକତା ସକରାତ୍ମକତାରେ ପରିଣତ ହୋଇଯିବ ।

– ଚାକିରି ଏବଂ ବ୍ୟବସାୟ ସହ ଜଡିତ ସମସ୍ୟାର ସମାଧାନ ହୋଇଯିବ ।

– ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହିତ ଘରେ ସୁଖ, ସମୃଦ୍ଧି ବୃଦ୍ଧି ପାଇବ ।

   Related Posts