Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

‘ଘର ଲୋକେ ମାରିଛନ୍ତି’ : ସନ୍ଦିଗ୍ଧ ଚିଠିକୁ ନେଇ କଟକ ବେଲେଶ୍ବର ଡବଲ୍ ମର୍ଡ଼ର ଆହୁରି ଜଟିଳ

21/01/2020 at 4:50 PM

କଟକ ୨୧/୧: ବରିଷ୍ଠ ନାଗରିକଙ୍କ ସୁରକ୍ଷାର ଦ୍ବାହି ଦେଉଥିବା କମିଶନରେଟ ପୋଲିସ ୪୦ଦିନ ପରେ ବି କଟକ ବେଲେଶ୍ବର ଡବଲ ମର୍ଡ଼ର ଘଟଣାର ପର୍ଦ୍ଦାଫାସ୍‌ କରିନପାରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୋଲିସ ଉପରେ ଭରସା କରିପାରୁନଥିବା ପରିବାର ଲୋକ ଏବେ ନିଜ ଆଡ଼ୁ ହତ୍ୟାକାରୀ ସମ୍ପର୍କରେ ସୂଚନା ଦେଲେ ୫୦ହଜାର ଟଙ୍କା ପୁରସ୍କାର ଦେବାକୁ  ଘୋଷଣା କରିଛନ୍ତି । ସେପଟେ ପରିବାର ଲୋକଙ୍କ ଏଭଳି ଘୋଷଣା ପରେ ଘର ପାଖରୁ ମିଳିଥିବା ଏକ ହାତଲେଖା ଚିଠିକୁ ନେଇ ବଢ଼ୁଛି ସଂଦେହ । ….

୧୨ ଡିସେମ୍ବର ୨୦୧୯ । କଟକ ବେଲେଶ୍ବରରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ । ଘଟଣାକୁ ୪୦ଦିନ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅପରାଧୀଙ୍କ ଟେର୍‌ ପାଇନି କମିଶନରେଟ୍‌ ପୋଲିସ । ଏମିତିରେ ପୋଲିସ ଉପରେ ଭରସା କରିପାରୁନାହାନ୍ତି ମୃତକଙ୍କ ପରିବାର ଲୋକ । ହତ୍ୟାକାରୀ ସମ୍ପର୍କରେ ସୂଚନା ଦେଲେ ୫୦ହଜାର ଟଙ୍କାର ପୁରସ୍କାର ଦେବାକୁ ନିଜ ଆଡ଼ୁ ଘୋଷଣା କରିଛନ୍ତି ।

ପରିବାର ଲୋକଙ୍କ  ଇନାମ ଘୋଷଣା ପରେ ଘର ପାଖରୁ ମିଳିଛି ଏକ ହାତଲେଖା ଚିଠି । ଯେଉଁଥିରେ ହତ୍ୟାକାଣ୍ଡରେ ପରିବାର ଲୋକଙ୍କ ହାତ ଥିବା କଥା ଲେଖା ହୋଇଛି । ପୋଲିସ ଏବେ ସେଇ ଚିଠିକୁ ଜବତ କରି ହ୍ୟାଣ୍ଡରାଇଟିଂ ମ୍ୟାଚ୍‌ କରିବା ସହ ଏକ୍ସପର୍ଟଙ୍କ ସହାୟତାରେ ତଦନ୍ତକୁ ଆଗକୁ ବଢ଼ାଇଛି ।

ଏହି ଚିଠି ହିଁ ହତ୍ୟାକାଣ୍ଡର  ପର୍ଦ୍ଦାଫାସ କରିପାରିବ ବୋଲି ଅନୁମାନ କରାଯାଉଛି । ସତରେ ଘଟଣା ପଛରେ କୌଣସି ପରିବାର ଲୋକଙ୍କ ହାତ ରହିଛି ନା’ ପୋଲିସର ତଦନ୍ତକୁ ବାଟବଣା କରିବାକୁ ଏହା ହତ୍ୟାକାରୀର ଚାଲ୍‌ ତା ଉପରେ ରହିବ ନଜର ।

   Related Posts