Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

କରୋନା ସହ ଲଢିବା ପାଇଁ ପ୍ରସ୍ତୁତ ହେବେ ୧ ଲକ୍ଷ ସମ୍ମୁଖ ଯୋଦ୍ଧା, ଏହି ମହାଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

18/06/2021 at 3:55 PM

ନୂଆଦିଲ୍ଲୀ ୧୮।୬: କୋଭିଡ୍-୧୯ ସମ୍ମୁଖ ଯୋଦ୍ଧାଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ କ୍ରାସ୍ କୋର୍ସ ଆରମ୍ଭ କରିଛନ୍ତି । ଏହାସହ ସେ କୋଭିଡ୍-୧୯ ମହାମାରୀକୁ ନେଇ ଦେଶକୁ ପ୍ରସ୍ତୁତ ରହିବାକୁ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ଯେ, ଆଜି ଆରମ୍ଭ ହୋଇଥିବା କ୍ରାସ୍ କୋର୍ସ ମାଧ୍ୟମରେ ୧ ଲକ୍ଷ ଯୋଦ୍ଧାଙ୍କୁ ମହାମାରୀର ମୁକାବିଲା ପାଇଁ ପ୍ରସ୍ତୁତ କରାଯିବ । କ୍ରାସ୍ କୋର୍ସ କରିବାକୁ ଥିବା ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଆଶାବ୍ୟକ୍ତ କରିଛନ୍ତି ଯେ, ସେମାନେ ଶୀଘ୍ର ସ୍ବାସ୍ଥ୍ୟ କର୍ମୀଙ୍କୁ ସହାୟତା କରିବାକୁ ପ୍ରସ୍ତୁତ ହୋଇଯିବେ ।

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ମୁଖ ଯୋଦ୍ଧାମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ଏହି ‘କ୍ରାସ୍ କୋର୍ସ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରିଛନ୍ତି । ଏହାର ଆରମ୍ଭ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ୩.୦ ଅଧିନ ଦେଶର ୨୬ଟି ରାଜ୍ୟରେ ଅବସ୍ଥିତ ୧୧୧ଟି ତାଲିମ କେନ୍ଦ୍ରରେ ଏହା ଆରମ୍ଭ ହେବ । ଉଦଘାଟନ ଅବସରରେ କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି କୋଭିଡ-୧୯ ମହାମାରୀ ବିଶ୍ବର ପ୍ରତ୍ୟେକ ଦେଶ, ପ୍ରତ୍ୟେକ ସଂସ୍ଥା, ପ୍ରତ୍ୟେକ ସମାଜ, ପ୍ରତ୍ୟେକ ପରିବାର, ପ୍ରତ୍ୟେକ ମଣିଷର ସାମର୍ଥ୍ୟକୁ ବାରମ୍ବାର ପରୀକ୍ଷା କରିଛି । ସେହିଭଳି ଏହି ମହାମାରୀ ବିଜ୍ଞାନ, ସରକାର, ସମାଜ, ସଂସ୍ଥା ଏବଂ ବ୍ୟକ୍ତି ଭାବରେ ଆମକୁ ଆମ କ୍ଷମତାର ବିକାଶ କରିବାକୁ ଚେତାବନୀ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, କରୋନା ସହ ଲଢୁଥିବା ବର୍ତ୍ତମାନର ଫୋର୍ସକୁ ସମର୍ଥନ କରିବା ପାଇଁ ଦେଶରେ ପ୍ରାୟ ୧ ଲକ୍ଷ ଯୁବଗୋଷ୍ଠୀଙ୍କୁ ପ୍ରଶିକ୍ଷଣ ଦେବାର ଲକ୍ଷ୍ୟ ରଖାଯାଇଛି । ଏହି ପାଠ୍ୟକ୍ରମ ୨-୩ ମାସ ମଧ୍ୟରେ ଶେଷ ହୋଇଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଏହି ଅଭିଯାନ ଦ୍ବାରା କୋଭିଡ୍ ସବ ଲଢୁଥିବା ସ୍ବାସ୍ଥ୍ୟ କ୍ଷେତ୍ରର ସମ୍ମୁଖ ଯୋଦ୍ଧାଙ୍କୁ ନୂତନ ଶକ୍ତି ମିଳିବ ଏବଂ ଦେଶରେ ନୂଆ AIIMS, ନୂଆ ମେଡିକାଲ କଲେଜ, ନୂଆ ନର୍ସିଂ କଲେଜ ନିର୍ମାଣ ଉପରେ ଜୋର ଦିଆଯାଇଛି । ଏଥିମଧ୍ୟରୁ ଅନେକ କାମ ଆରମ୍ଭ କରିସାରିଛନ୍ତି ।

ପିଏମଓ ଅନୁଯାୟୀ, ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଦେଶରେ ୧ ଲକ୍ଷରୁ ଅଧିକ କୋଭିଡ୍ ଯୋଦ୍ଧାଙ୍କୁ ଦକ୍ଷତାରେ ଭରପୁର କରିବା ଏବଂ ସେମାନଙ୍କୁ କିଛି ନୂଆ ଶିକ୍ଷା ଦେବା । ଏହି କାର୍ଯ୍ୟକ୍ରମକୁ ୨୭୬ କୋଟି ଟଙ୍କାର ମୋଟ୍ ଅନୁଦାନ ବ୍ୟୟବରାଦ ସହ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ତୃତୀୟର କେନ୍ଦ୍ରୀୟ ଉପାଦାନ ଅଧୀନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଭାବରେ ଡିଜାଇନ୍ କରାଯାଇଛି ।

   Related Posts