ବ୍ୟାଙ୍କ ଟଙ୍କା ଉଠାଇ ଫେରିବା ସମୟରେ ବୃଦ୍ଧଙ୍କ ଠାରୁ ଲୁଟ୍ ଅଭିଯୋଗ, ପୋଲିସର ତଦନ୍ତ ଜାରି

Published By : Prameya-News7 Bureau | December 03, 2019 IST

ଆନନ୍ଦପୁର ୦୩।୧୨:  କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ରିଜ ଛକ ନିକଟରୁ  ଜଣେ ବୃଦ୍ଧଙ୍କ ଠାରୁ  ଏକ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ । ବାଇକରେ ଦୁଇଜଣ  ଯୁବକ ଆସି  ଏକ ଲକ୍ଷ ଟଙ୍କା ଝାମ୍ପିନେଇଥିବା ନେଇ  ଆନନ୍ଦପୁର ଥାନାରେ ବୃଦ୍ଧଙ୍କ  ପକ୍ଷରୁ ଲିଖିତ ଅଭିଯୋଗ  କରାଯାଇଛି । ଟଙ୍କା ଲୁଟର ଅଭିଯୋଗ ପରେ  ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି ।

{"id":193222,"sizeSlug":"large"}

ସୂଚନାଯୋଗ୍ୟ ଯେ,  ଆନନ୍ଦପୁର ଥାନା ଆଡ଼ହୁରୀଆ  ଗାଁ ର ତପନ ଜେନା ନାମକ ଜଣେ ବୟସ୍କ ବ୍ୟକ୍ତି ଆନନ୍ଦପୁର ଷ୍ଟେଟବ୍ୟାଙ୍କ ରୁ ଏକ ଲକ୍ଷ ଟଙ୍କା ଉଠାଇ ବସରେ ସମୟରେ ବ୍ରିଜଛକ ନିକଟରେ ବସ୍‌ରୁ ତଳକୁ ଓଲ୍ହାଇଥିଲେ | ଏହି ସମୟରେ  ବାଇକ ଯୋଗେ ଆସୁଥିବା ଦୁଇ ଜଣ ଯୁବକ  ବୃଦ୍ଧଙ୍କ ହାତରେ ଧରିଥିବା ଟଙ୍କା ବ୍ୟାଗ କୁ ଝାମ୍ପି ନେଇଥିଲେ । ଆନନ୍ଦପୁର ଥାନାରେ  ବୃଦ୍ଧଙ୍କ ଅଭିଯୋଗ  ପରେ ପୋଲିସ ବ୍ୟାଙ୍କର ସିସିଟିଭି ଯାଞ୍ଚ ସହ ଅନ୍ୟାନ୍ୟ ତଦନ୍ତ ଆରମ୍ଭ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.