ଟାଇଲ୍ ବୋହିବା ବେଳେ ଚାପି ହୋଇଗଲେ ଶ୍ରମିକ : ଜଣେ ମୃତ, ଦୁଇ ଗୁରୁତର

Published By : Prameya-News7 Bureau | January 20, 2021 IST

ବଲାଙ୍ଗୀର ୨୦।୧: ବଲାଙ୍ଗୀରରେ ଟାଇଲ କାମ କରୁଥିବା ବେଳେ ଅଘଟଣ ଘଟିଛି । ଟାଇଲ ବୋହୁଥିବା ବେଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ପୋଲିସ ଲାଇନ ନିକଟରେ ଥିବା ଗୋପାଳ ଅଗ୍ରୱାଲଙ୍କ ଘର କାମ ବେଳେ ଘଟିଛି ଅଘଟଣ । ଟାଇଲ ବୋହୁଥିବା ବେଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ କାଲସାଇପଳୀର ସୁଧୀର ବଞ୍ଚୋର । ଅନ୍ୟ ୨ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତର ଦୁଇ ଜଣଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଶବକୁ ପୋଷ୍ଟ ମର୍ଟମ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି ଟାଉନ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.