ଓଲଟି ପଡିଲା ଚୋରା ମାଙ୍କଡା ପଥର ବୋଝେଇ ଟ୍ରକ୍, ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
26/06/2020 at 8:46 AM

ଚଣ୍ଡିଖୋଲ ୨୬।୬: ଚୋରା ମାଙ୍କଡା ପଥର ଚାଲାଣ ବେଳେ ଓଲଟି ପଡିଲା ଗାଡି । ଦୁର୍ଘଟଣା ଫଳରେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ବୈରି ଥାନା ଅନ୍ତର୍ଗତ ପଇଦା ଗାଁ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ଟ୍ରକ୍ ତଳେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ମୃତକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇଦେବା ଦାବିରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଗାଡି ମାଲିକଙ୍କ ସହ ଚୋରା ଖାଦାନ ଚଳାଉଥିବା ମାଲିକଙ୍କୁ ଗିରଫ ଦାବି କରାଯାଇଛି । ବଡଚଣା ବିଜେପି ପକ୍ଷରୁ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି ।
Related Posts
ଶିକାରୀ ଫାଶରେ ପଡିଲା ହରିଣ, ଜଣକୁ ଅଟକ ରଖିଲା ବନ ବିଭାଗ
8 March 2021