ପାରାଦୀପ ପିଆଇସିଟି କମ୍ପାନୀରେ ଦୁର୍ଘଟଣା : ଜଣେ ଶ୍ରମିକ ଗୁରୁତର, ଘଟଣାସ୍ଥଳରେ ଉତ୍ତେଜନା
30/10/2019 at 8:10 AM

ପାରାଦୀପ ୩୦।୧୦: ପାରାଦୀପ ପିଆଇସିଟି କମ୍ପାନୀ ଭିତରେ ଅଘଟଣ । କୟେଲ ଲୋଡିଂ ସମୟରେ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତର ଶ୍ରମିକ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଓସ୍ତର ଗ୍ରାମର ମନୋଜ ମଲ୍ଲିକ।

ସୂଚନାଯୋଗ୍ୟ ଯେ, କମ୍ପାନୀ ଭିତରୁ ଫୋରଲିଫ୍ଟ ମେସିନ ଦ୍ବାରା ପ୍ରଥମେ ଟେଲର ଗାଡ଼ିରେ କୟେଲ ଲୋଡିଂ କରାଯାଇ ପରେ ଜାହାଜକୁ ବଡ଼ ଲୋଡିଂ କରାଯାଇଥାଏ । ତେବେ କୌଣସି କାରଣରୁ ଫୋରଲିଫ୍ଟ ମେସିନ ସହ କୟେଲଟି ଶ୍ରମିକଙ୍କ ଦୁଇ ଗୋଡ଼ରେ ପିଟି ହୋଇଯାଇଥିଲା । ତେବେ ଗୁରୁତର ଭାବେ ମନୋଜଙ୍କୁ କଟକ ପଠାଇ ଦିଆଯାଇଥିବା ବେଳେ କ୍ଷତିପୂରଣ ଦାବିରେ ଶ୍ରମିକମାନେ କମ୍ପାନୀ ଫାଟକ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ।

ସବୁଠାରୁ ବଡ଼କଥା ହେଉଛି କମ୍ପାନୀ ଭିତରେ ବିଭିନ୍ନ ସମୟରେ ଏଭଳି ଘଟଣା ଘଟିବା ଓ ତା ଉପରେ ଶ୍ରମିକମାନଙ୍କୁ ସୁରକ୍ଷା ସରଞ୍ଜାମ ଯୋଗାଇ ନ ଦେବା ନେଇ ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଏହି ଘଟଣା ଆଜି ସକାଳୁ ଘଟିଥିବା ଶ୍ରମିକମାନେ ପ୍ରକାଶ କରିଛନ୍ତି। ଘଟଣାସ୍ଥଳରେ ପାରାଦୀପ ଆଦର୍ଶ ଥାନା ପହଞ୍ଚି ତଦନ୍ତ ଆରମ୍ଭ କରିଛି।