କମଲନାଥଙ୍କ ସାମ୍ବାଦିକ ସମ୍ମିଳନୀରେ କରୋନା ସଂକ୍ରମିତ ସାମ୍ବାଦିକ, ଆଇସୋଲେଟେଡ୍ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, ବନ୍ଦ ହେଲା ନ୍ୟୁଜ୍ ଚ୍ୟାନେଲ

Published By : Prameya-News7 Bureau | March 25, 2020 IST

ଭୋପାଳ ୨୫।୦୩: ମଧ୍ୟ ପ୍ରଦେଶରେ ସାମ୍ବାଦିକଙ୍କ ଝିଅ କରୋନା ସଂକ୍ରମିତ ହେବାର ସୂଚନା ମିଳିବା ମାତ୍ରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। କୁହାଯାଉଛି ଯେ, ଏହି ସାମ୍ବାଦିକ ଜଣକ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଶେଷ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ଏହା ପରେ ଯାଞ୍ଚ କରାଯିବାରୁ ସାମ୍ବାଦିକ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି। ପିତା-ଝିଅ ଉଭୟ କରୋନା ସଂକ୍ରମିତ ହେବା ଘଟଣା ସାମ୍ନାକୁ ଆସିବା ପରେ ଭୋପାଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏହା ପରେ ସତର୍କତାସ୍ଵରୂପ ପ୍ରେସ୍ କନଫରେନ୍ସରେ ଉପସ୍ଥିତ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ସମେତ ସମସ୍ତ ସାମ୍ବାଦିକଙ୍କୁ କ୍ଵାରେନଟାଇନରେ ଯିବାକୁ ପଡିବ।

{"id":243930,"sizeSlug":"large"}

ସୂଚନା ଅନୁସାରେ ଭୋପାଳର ପ୍ରଫେସର କଲୋନୀରେ ପଜିଟିଭ ମିଳିଥିବା ଯୁବତୀଙ୍କ ପିତା ମଧ୍ୟ ସଂକ୍ରମଣ ଥିବା ଜଣା ପଡିଛି। ଯୁବତୀଙ୍କ ପିତା ଜଣେ ସାମ୍ବାଦିକ। ସେ ମାର୍ଚ୍ଚ ୨୦ରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପ୍ରେସ୍ କନଫରେନ୍ସରେ ସାମିଲ ଥିଲେ। ଏହି ପ୍ରେସ କନଫରେନ୍ସରେ କମଲନାଥ ଇସ୍ତଫା ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ଭବନରେ ହୋଇଥିବା ଏହି ପ୍ରେସ୍ କନଫରେନ୍ସରେ ଦିଗବିଜୟ ସିଂହ, କଂଗ୍ରେସର ସମସ୍ତ ବିଧାୟକ ଓ ରାଜ୍ୟର  ବରିଷ୍ଠ ଅଧିକାରୀ ସମେତ ପ୍ରାୟ ୨୦୦ ସାମ୍ବାଦିକ ଉପସ୍ଥିତ ଥିଲେ। ଏହି କାରଣରୁ ନିଷ୍ପତ୍ତି ନିଆଯାଇଛି ଯେ, ସାମ୍ବାଦିକଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ସାମ୍ବାଦିକଙ୍କୁ  କ୍ଵାରେନଟାଇନରେ ଯିବାକୁ ପଡିବ।

ଏହା ମଧ୍ୟ କୁହାଯାଉଛି ଯେ, ସଂକ୍ରମିତ ସାମ୍ବାଦିକ ବିଜେପି ଅଫିସ ମଧ୍ୟ ଯାଇଥିଲେ। ଏହା ସହିତ ଦୁଇଟି ଚ୍ୟାନେଲର ଡିବେଟ୍‌କୁ ମଧ୍ୟ ଯାଇଥିଲେ। ଗୋଟିଏ ଚ୍ୟାନେଲ ସଂପୂର୍ଣ୍ଣ ଭାବେ ଲକଡାଉନ୍ ହୋଇ ଯାଇଛି। ଏହା ସହିତ ଯୁବତୀ ଯେଉଁ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କର ମଧ୍ୟ ଯାଞ୍ଚ କରାଯାଉଛି।

wp:paragraph {"customTextColor":"#82c497"}

ଏହା ମଧ୍ୟ ପଢନ୍ତୁ :- ଲକଡାଉନ୍ ବେଳେ ATMରୁ କାଢି ପାରୁ ନାହାନ୍ତି କି ଟଙ୍କା ! ହୋମ ଡେଲିଭରୀ କରିବ ବ୍ୟାଙ୍କ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.