ମାଲକାନଗିରି ୧୫।୯: ବିଦ୍ୟୁତ୍ ଆଘାତରେ ଜବାନଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଜବାନ ଗୁରୁତର ହୋଇଛନ୍ତି । ମାଲକାନଗିରି ଜିଲ୍ଲା ମାଥିଲିରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା ମାଥିଲି ଓଏସଏପି ଚତୁର୍ଥ ବାଟାଲିଅନର ବିଦ୍ୟୁତ୍ ମରାମତି କାମ ଚାଲିଥିଲା । ଏହି ମରାମତି କାମ ବେଳେ ଏଭଳି ଅଘଟଣ ଘଟିଛି । ବିଦ୍ୟୁତ୍ ଆଘାତରେ ଜଣେ ଜବାନଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଯବାନ ଗୁରୁତର ହୋଇଛନ୍ତି । ମୃତ ଜବାନ ହେଲେ ରାହୁଲ କୁମାର ବେହେରା । ସେ ଓଏସଏପି ଚତୁର୍ଥ ବାଟାଲିଅନରେ କନଷ୍ଟେବଳ ଭାବେ କାମ କରୁଥିଲେ । ଅନ୍ୟ ଜଣେ ଆହତ ଜବାନଙ୍କୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।