ଏନଏଚ ୨୦ରେ ବାଇକ୍ ଦୁର୍ଘଟଣାଗ୍ରସ୍ତ : ଜଣେ ଯବାନ ମୃତ, ଦୁଇ ଗୁରୁତର

Published By : Prameya-News7 Bureau | September 25, 2019 IST

କେନ୍ଦୁଝର ୨୫।୯: କେଦୁଝର ରିଜର୍ଭ ବାହିନୀର ତିନି ଜଣ ଯବାନ ୨୦ନମ୍ବର ଜାତୀୟ ରାଜପଥରେ ଏକ ବାଇକ୍ ରେ ଯାଉଥିବା ସମୟରେ ରାଇସୁଆ ନିକଟରେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଯବାନ ସଦାନନ୍ଦ ନାୟକଙ୍କ ମୃତ୍ୟୁ ହୋଇଥିବାବେଳେ ଦେବାନନ୍ଦ ବିଶ୍ବାଳ ଓ ଜ୍ଞାନ ଜେନା ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଛ । ଆଜି କେନ୍ଦୁଝର କନେଷ୍ଟବଳ ଓ ହାବିଲଦାର ସଂଘର ନୋମିନେସନ ଥିବାରୁ ସେହି କାମରେ ଏମାନେ ଯାଉଥିବା ତାଙ୍କର କିଛି ସାଥୀ ଅନୁମାନ କରୁଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ ଏହି ସ୍ଥାନରେ ହିଁ ସାବିତ୍ରୀ ବ୍ରତ ଦିନ ସକାଳେ ଦୁଇ ଭଉଣୀ ପ୍ରାତଃ ଭ୍ରମଣ କରୁଥିବା ସମୟରେ ଟ୍ରକ୍ ଚାପାରେ ମୃତ୍ୟୁ ହୋଇଥିଲା । ତାର କିଛିଦିନ ପରେ ସ୍କୁଟରରେ ବାପା, ମା ଓ ଝିଅ ଯାଉଥିବା ସମୟରେ ଟ୍ରକ୍ ଚାପାରେ ମା’ର ମୃତ୍ୟୁ ହୋଇଥିବାବେଳେ ଝିଅ ଗୁରୁତର ଆହତ ହୋଇଥିଲେ । ଏହି ରାଜପଥ ସମ୍ପୂର୍ଣ୍ଣ ହୋଇନଥିବା ସହ ଅନେକ ସ୍ଥାନରେ ରାସ୍ତା ଖାଲ ଖମାରରେ ଭର୍ତ୍ତି ହୋଇଥିବାରୁ ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.