Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ତାଳଧ୍ୱଜ ରଥରୁ ଖସିପଡି ସେବାୟତ ଗୁରୁତର, ପୁରୀରୁ କଟକ ସ୍ଥାନାନ୍ତର

23/06/2020 at 9:47 PM

ପୁରୀ୨୩/୬: ମଙ୍ଗଳବାରରେ ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ସମାପନ ହୋଇଛି। ଠିକ୍‌ ସମୟରେ ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲେ। ମାତ୍ର ରଥଟଣା ଶେଷ ହେବାପରେ ଜଣେ ଦଇତାପତି ସେବାୟତ ରଥର ଖସିପଡି ଗୁରୁତର ହୋଇଥିବା ସୂଚନା ମିଳିଛି । ବାବୁନି ଦାସ ମହାପାତ୍ର, ତାଳଧ୍ଵଜ ରଥରେ ବସିଥିଲେ । ଗୁଣ୍ଡିଚା ମନ୍ଦିରରେ ରଥ ପହଞ୍ଚିବା ପରେ ରଥ ଉପରୁ ଖସି ପଡ଼ିଥିଲେ । ପ୍ରଥମେ ପୁରୀ ମେଡିକାଲ୍ ରେ ଚିକିତ୍ସିତ ହେବା ପରେ କଟକ କୁ ସ୍ଥାନାନ୍ତର କରାଯାଇଛି ।

ପୂର୍ବବର୍ଷରେ ଏ ରଥଯାତ୍ରା ସମୟରେ ଖୁନ୍ଦାଖୁନ୍ଦି ହୋଇ ଲକ୍ଷ ଲକ୍ଷ ଭକ୍ତ ଉପସ୍ଥିତ ଥାଆନ୍ତି। କିନ୍ତୁ ଏ ବର୍ଷ ପୂରା ୩ କିଲୋମିଟର ବଡ଼ଦାଣ୍ଡ ଖାଲିଖାଲି ଥିଲା। ରଥ ଗଡୁଥିଲା. ଡାହୁକ ଡାକୁଥିଲେ, କିନ୍ତୁ ରଥଟାଣିଥିଲେ ସୀମିତ ସଂଖ୍ୟକ ସେବାୟତ। ବଡ଼ଦାଣ୍ଡକୁ କାଳେ ଭକ୍ତମାନେ ଆସିଯିବେ ଏଥିପାଇଁ ପୂରୀ ଚାରିପଟେ ଚେକ୍‌ପୋଷ୍ଟ କରାଯାଇଥିଲା । ପୁରୀରେ କର୍ଫ୍ୟୁ ଜାରି କରାଯାଇଥିଲା। ଏପରିକି କେହି ଘରୁ ବାହାରି ପାରିବେ ନାହିଁ ସେଥିପାଇଁ ପୋଲିସ ଗଳି ଗଳିରେ ପଇଁତରା ମାରିଥିଲେ। ହୋଟେଲଗୁଡ଼ିକରୁ ମଧ୍ୟ କେହି ନ ବାହାରିବା ଲାଗି ଦିଆଯାଇଥିଲା କଡ଼ା ନିର୍ଦ୍ଦେଶ।

ଯେଉଁମାନେ ରଥଟାଣିବେ ସେମାନଙ୍କର ପୂର୍ବରୁ କୋଭିଡ ପରୀକ୍ଷା କରାଯାଇଥିଲା। ଯେଉଁମାନେ ନେଗେଟିଭ୍ ଆସିଥିଲେ ସେଇମାନେ ହିଁ ରଥ ଟାଣିଥିଲେ । ସେହିପରି ନୀତିକାନ୍ତି ପହଣ୍ଡିରେ ଯେଉଁମାନେ ସାମିଲ ହୋଇଥିଲେ ସେମାନଙ୍କର ମଧ୍ୟ କୋଭିଡ୍ ପରୀକ୍ଷା କରାଯାଇଥିଲା। କୋଭିଡ ନିୟମକୁ ଦେଖି ସମସ୍ତେ ମାସ୍କ ପିନ୍ଧିଥିଲେ । ଏପରିକି ନିଜେ ଗଜପତି ବି ମାସ୍କ ପିନ୍ଧି ଆସିଥିଲେ। ରଥଟାଣିବା ବେଳେ ସାମାଜିକ ଦୂରତା ପାଳନ କରାଯାଇଥିଲା। ରଥଚାରିପଟେ ସୁରକ୍ଷାର ଏକ ବଳୟ କରାଯାଇଥିଲା। ଏବଂ ରଥଟଣା ମଧ୍ୟରେ ଘଣ୍ଟାଏର ବ୍ୟବଧାନ ରହିଥିଲା। ବଳଭଦ୍ରଙ୍କ ରଥ ଦିନ ୧୧ଟା ୫୫ରେ, ସୁଭଦ୍ରାଙ୍କ ରଥ ୧୨ଟା ୫୫ ଏବଂ ଶ୍ରୀଜଗନ୍ନାଥଙ୍କ ରଥ ୧ଟା ୫୫ରେ ଟଣା ଆରମ୍ଭ ହୋଇଥିଲା।

   Related Posts