ସଡ଼କ ଦୁର୍ଘଟଣାରେ ଜଣେ ମୃତ ଏବଂ ଜଣେ ଗୁରୁତର

Published By : Prameya-News7 Bureau | August 18, 2020 IST

ଭୁବନ୧୮/୮: ସଡକ ଦୁର୍ଘଟଣାରେ ଜଣେ ମୃତ ଏବଂ ଜଣେ ଗୁରୁତର । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ କୁନିଦାପାଟଣା ସ୍ଥିତ ତପୋବନ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ଭୁବନ ଆଡୁ ବାଲି ବୋଝେଇ ଛଅ ଚକିଆା ଟ୍ରକ ଯାଉ ଥିବାବେଳେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ  ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ବାମ୍ବିଲୋ ଗ୍ରାମର ରାମଚନ୍ଦ୍ର ଦେହୁରୀଙ୍କ  ମୃତ୍ୟୁ ହୋଇଛି।ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.