ବାର୍‌ହା ଶିକାର ପାଇଁ ବିଛାଯାଇଥିଲା ଫାଶ, ନାବାଳିକା ପଡି ଗୁରୁତର

Published By : Prameya-News7 Bureau | May 29, 2021 IST

ତେଲକୋଇ ୨୯।୦୫: ବାର୍‌ହା ଶିକାର ବେଳେ ଅଘଟଣ । ଶିକାର ପାଇଁ ବିଛାଯାଇଥିବା ଫାଶରେ ପଡି ନାବାଳିକା ଗୁରୁତର ହୋଇଛନ୍ତି । ଗୁରୁତର ନାବାଳିକା ଜଣଙ୍କ ଉଦୟଗିରି ଗାଁର ପ୍ରତିମା ସାହୁ ବୋଲି ଜଣାପଡିଛି ।  ପ୍ରତିମାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଶୁକ୍ରବାର ଦିନ ସଂଧ୍ୟା ୭ଟା ସମୟରେ ପ୍ରତିମା ଶୌଚ ହେବା ପାଇଁ ସାଙ୍ଗମାନଙ୍କ ସହିତ ଗାଁ ନିକଟ ଜଙ୍ଗଲକୁ ଯାଇଥିଲେ । ତେବେ ସଂଧ୍ୟା ସମୟ ହୋଇଥିବାରୁ ଅସାବଧାନତା ବସତଃ ବାର୍‌ହା ଫାଶରେ ପଡିଯାଇଥିଲେ । କପନାଳି ଜଙ୍ଗଲ ଦେଇ ଯାଇଥିବା ୧୧କେଭି ବିଦ୍ୟୁତ ଲାଇନ୍‌ରୁ ହୁକ ପକାଇ ଶିକାରୀମାନେ ଫାଶ ବସାଇଥିଲେ । ନାବାଳିକା ଜଣଙ୍କୁ ଫାଶରେ  ପଡି  ଗୁରୁତର ହୋଇଛନ୍ତି । ତାଙ୍କର ଜଙ୍ଘ ଓ ହାତରେ ଗଭୀର କ୍ଷତ ହୋଇଛି ।

ସେପଟେ ନାବାଳିକା ଜଣଙ୍କ ଫାଶରେ ପଡିଥିବା ଦେଖି ଲାଇନ୍‌ କାଟି ଶିକାରୀ ମାନେ ଖସିଯାଇଥିଲେ । ପ୍ରତିମାଙ୍କ ସାଙ୍ଗରେ ଯାଇଥିବା ସାଙ୍ଗମାନେ ତାଙ୍କୁ ଉଦ୍ଧାର କରି ତେଳକୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ଘଟଣାସ୍ଥଳରେ ବନବିଭାଗ ଓ ବିଦ୍ୟୁତ ବିଭାଗ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.