କାର୍ତ୍ତିକ ବୁଡ଼ ପକାଉଥିବା ବେଳେ ଭାଲୁ ଆକ୍ରମଣ, ଯୁବକ ଗୁରୁତର

Published By : Prameya-News7 Bureau | November 30, 2020 IST

ପାଟଣା ୩୦।୧୧: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ପୋଇପାଣି ବିଟ୍‌ ଝାଲିଆପଡ଼ା ଗାଁରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି । ଭାଲୁ ଆକ୍ରମଣରେ ଗାଁର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟକ୍ତିଜଣଙ୍କ ଝାଲିଆପଡ଼ା ଗାଁର ଅନ୍ତର୍ଯ୍ୟାମୀ ମହାନ୍ତ ବୋଲି ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଅନ୍ତର୍ଯ୍ୟାମୀ ଗାଁ ନିକଟ ନାଳକୁ କାର୍ତ୍ତିକ ବୁଡ଼ ପକାଇବାକୁ ଯାଇଥିବା ବେଳେ ଗାଁ ପାଖ ଜଙ୍ଗଲରୁ ୨ଟି ଭାଲୁ ଆସି ଅଚନାକ ଆକ୍ରମଣ କରିଥିଲେ । ଭାଲୁ ଆକ୍ରମଣରେ ବ୍ୟକ୍ତିଙ୍କ ଆଖି ଓ ମୁଣ୍ଡରେ ଗଭୀର କ୍ଷତ ଲାଗିଛି । ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ପ୍ରଥମେ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଭର୍ତ୍ତି କରାଯାଇଛି । ପରେ ଅନ୍ତର୍ଯ୍ୟାମୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.