ଲୁଟେରାଙ୍କୁ କାବୁ କଲାବେଳେ ଗୁଳିମାଡରେ ଜଣେ ଆହତ, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | August 27, 2019 IST

କେନ୍ଦ୍ରାପଡା ୨୭|୮: କେନ୍ଦ୍ରାପଡ଼ାରେ ମାତିଛନ୍ତି ଲୁଟେରା । ଲୁଟପାଟ କରିବା କେବେ ଲୁଟେରାଙ୍କୁ କାବୁ କରିବା ପାଇଁ ପ୍ରୟାସ କଲେ ଲୋକଙ୍କୁ ଗୁଳି ଖାଇବାକୁ ପଡ଼ୁଛି । ଗତକାଲି ରାତିରେ ସ୍ଥାନୀୟ ଛଛିଣା-ବଳଭଦ୍ରପୁର ରୋଡରେ ରବିନ୍ଦ୍ର ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କଠାରୁ ମୋବାଇଲ ଫୋନ୍ ଲୁଟି ନେଇଥିଲେ ୩ ଲୁଟେରା ।

ସେମାନଙ୍କୁ କାବୁ କରିବା ପାଇଁ ରବୀନ୍ଦ୍ର ଏବଂ ଜଗନ୍ନାଥ ବେହେରା ନାମକ ଜଣେ ଯୁବକ ସେମାନଙ୍କ ପିଛା କରିଥିଲେ । କଳା ପଲସରରେ ଯାଉଥିବା ତିନି ଯୁବକଙ୍କୁ ଜଗନ୍ନାଥ ଓ ରବୀନ୍ଦ୍ର କିଛି ସମୟ ପିଛା କରିବା ପରେ ଡେରାବିଶ ଥାନା ନୂଆହାଟଠାରେ ଲୁଟେରାଙ୍କ ସହ ସେମାନଙ୍କର ମୁହାଁମୁହି ହୋଇଥିଲା ।

ତେବେ ଲୁଟେରାଙ୍କ ମଧ୍ୟରୁ ଜଣେ ପିସ୍ତଲ ବାହାର କରି ରବୀନ୍ଦ୍ର ଓ ଜଗନ୍ନାଥଙ୍କ ଉପରକୁ ଗୁଳି ଚଳାଇଥିଲା । ଯେଉଁ ଗୁଳି ଜଗନ୍ନାଥଙ୍କ ବାମ ଗୋଡ଼ରେ ବାଜିଛି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରୁ ତିନି ଲୁଟେରା  ଫେରାର ହୋଇ ଯାଇଥିବା ବେଳେ ପୋଲିସ ମାମଲାର ତଦନ୍ତ କରୁଛି । କିନ୍ତୁ ମୋବାଇଲ ଲୁଟେରା ମାନେ ମଧ୍ୟ କେନ୍ଦ୍ରାପଡ଼ାରେ ବନ୍ଧୁକ ବ୍ୟବହାର କଲେଣି ଯାହା ଜିଲ୍ଲାବାସୀଙ୍କୁ ଆତଙ୍କିତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.