ହାତୀ ଉପଦ୍ରବ, ଆକ୍ରମଣରେ ଜଣେ ଗୁରୁତର

Published By : Prameya-News7 Bureau | January 24, 2021 IST

କରଞ୍ଜିଆ ୨୪।୦୧୧: କରଞ୍ଜିଆରେ ହାତୀ ଉପଦ୍ରବ। ଗାଁ ଭିତରେ ପଶିଛନ୍ତି ୯ଟିକିଆ ଝାଡ଼ଖଣ୍ଡି ହାତୀପଲ। ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ଦୁଧିଆଣି ରେଞ୍ଜ କିଆ ଗାଁର ଦୁର୍ବାସା ମହାନ୍ତ।

{"id":397428,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ଗତିକିଛି ଦିନ ହେଲା ଗାଁରେ ୯ଟିକିଆ ଝାଡଖଣ୍ଡି ହାତୀପଲ ଉପଦ୍ରବ ଜାରି ରହିଛି। ଗତକାଲି ରାତିରେ ହାତୀପଲ ଗାଁ ଭିତରକୁ ପଶି ଯାଇଥିବା ବେଳେ ଦୁର୍ବାସା ହାତୀ ହାବୁଡ଼ରେ ପଡିଯାଇଥିଲେ। ହାତୀ ଆକ୍ରମଣରେ ଦୁର୍ବାସା ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ବନବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା ଉଦ୍ୟମ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.