ଲୁଟ୍ ଉଦ୍ୟମ ବେଳେ ଗୁଳିମାଡ କଲେ ଦୁର୍ବୃତ୍ତ, ଜଣେ ଗୁରୁତର

Published By : Prameya-News7 Bureau | September 25, 2019 IST

ଆଠଗଡ ୨୫।୯: ଆଠଗଡ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ବାଳି ନୂଆପାଟଣା ରାସ୍ତାର ରାଇସ୍ ମିଲ୍ ନିକଟରେ କାରରୁ ଲୁଟ୍ ଉଦ୍ୟମ । କାର୍ ଉପରକୁ ଗୁଳିମାଡ କଲେ ୨ ଦୁର୍ବୃତ୍ତ । ଗୁଳିମାଡରେ ଜଣେ ଗୁରୁତର ହୋଇଛନ୍ତି ।

{"id":162312}

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଅଞ୍ଚଳର ଏକ ପରିବାର ପୁରୀରୁ ଦର୍ଶନ ସାରି ଢେଙ୍କାନାଳ ଫେରୁଥିବା ବେଳେ ୨ଟି ବାଇକରେ ୪ଜଣ ଦୁର୍ବୃତ୍ତ ଆସି ଗାଡିକୁ ଅଟକାଇଥିଲେ । ଲୁଟ୍ ଉଦ୍ୟମ ବେଳେ ସେମାନଙ୍କ କାର୍ ଉପରକୁ ଗୁଳିମାଡ କରିଥିଲେ ଦୁର୍ବୃତ୍ତ । ଫଳରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରିଛନ୍ତି ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ଗୁରୁଡିଝାଟିଆ ଓ ଚୌଦ୍ବାର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.