Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଶୌଚ ପାଇଁ ଯିବାବେଳେ କଚାଡି ଦେଲା ଦନ୍ତା, ଜଣେ ଗୁରୁତର

14/04/2021 at 10:17 AM

ବାଙ୍କୀ ୧୪।୪: ବାଙ୍କୀ ଡମପଡା ବ୍ଲକର ପାଟପୁର ପଞ୍ଚାୟତର ଅମରେନ୍ଦ୍ରପୁର ଗ୍ରାମରେ ଦନ୍ତା ଆକ୍ରମଣରେ ଜଣେ ଗୁରୁତର । ଭୋର ସମୟରେ ରାଜକିଶୋର ସାହୁ ନାମକ ଜଣେ ବ୍ୟକ୍ତି ନିଜ ଘରୁ ବାହାରି ଗାଁ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲେ । ଏହି ସମୟରେ ରାତିରେ ଆସିଥିବା ହାତୀପଲ ମଧ୍ୟରୁ ଏକ ଦନ୍ତା ହାତୀ ନ ଯାଇ ଏକ ବୁଦା ମୂଳେ ଲୁଚି ରହିଯାଇଥିଲା । 

ରାଜକିଶୋର ଟର୍ଚ୍ଚ ଲାଇଟ୍ ପକାଇ ପୋଖରୀକୁ ଯିବାବେଳେ ଟର୍ଚ୍ଚ ଆଲୁଅ ଦେଖି ହାତୀ ଆସି ତାଙ୍କୁ ଟେକି କଚାଡି ଦେଇଥିଲା ବୋଲି ତାଙ୍କ ସମ୍ପର୍କୀୟ କହିଛନ୍ତି । ଫଳରେ ସେହି ବ୍ୟକ୍ତି ଜଣଙ୍କ ଅଳ୍ପକେ ବର୍ତ୍ତିଯାଇଥିଲେ ।  ଚିତ୍କାର ଶୁଣି ଗାଁଲୋକେ ପହଞ୍ଚିଯିବାରୁ ଦନ୍ତା ପାଖ ଜଙ୍ଗଲକୁ ପଳାଇ ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସକୁ ଡାକି ରାଜକିଶୋରଙ୍କୁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେ ଏବେ ଚିକିତ୍ସାଧୀନ ଥିବାବେଳେ ଭଲ ରହିଛନ୍ତି । ଦୁଇ ଗୋଡରେ ଜୋର ଆଘାତ ଲାଗିଥିବା କହିଛନ୍ତି ସମ୍ପର୍କୀୟ ।

   Related Posts