ମାତିଲେ ହାତୀ ପଲ, ଆକ୍ରମଣରେ ଜଣେ ଗୁରୁତର
28/05/2020 at 3:08 PM

ଆଠଗଡ ୨୮।୫: ଆଠଗଡ ବନଖଣ୍ଡରେ ପୁଣି ମାତିଲେ ହାତୀପଲ । ଖୁଣ୍ଟୁଣୀ ରେଞ୍ଜର ବଳିପୁର ଗାଁରେ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଆହତ ବ୍ୟକ୍ତି ଜଣକ ହେଉଛନ୍ତି ବଳିପୁର ଗାଁର ସନ୍ତୋଷ ସାମଲ । ଆଜି ଭୋରରୁ ଶୌଚ ପାଇଁ ଯିବା ବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ତେବେ ଜଙ୍ଗଲ ଛାଡି ଏବେ ହାତୀପଲ ଗାଁ ମୁହାଁ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି ।
Related Posts
ତେନ୍ତୁଳି ଗଛରେ ବସିଛି ଭାଲୁ, ଗାଁରେ ପଡିଗଲାଣି ଭାଳେଣି
22 January 2021
ଅନୁଗୋଳ: ଟ୍ରେନ୍ ଲାଇନ୍ରେ ଧାରଣାରେ ବସିଲେ ବସ ମାଲିକ ସଂଘ
22 January 2021
କଳାହାଣ୍ଡି: ଜଙ୍ଗଲରୁ କାଠ ଚାଲାଣ କରି ହଟହଟା ହେଲେ ବନ କର୍ମଚାରୀ
22 January 2021