କାର୍ଯ୍ୟକ୍ଷେତ୍ରରେ କରେଣ୍ଟ ଲାଗିଲା, ଅସୁସ୍ଥ ଶ୍ରମିକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନନେଇ ଘରେ ଛାଡି ପଳାଇଲେ ଭୁବନ NAC କର୍ମଚାରୀ

Published By : Prameya-News7 Bureau | June 02, 2020 IST

ଭୁବନ ୨।୬: ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ୍ବାର୍ଡ-୨ ରେ ବିଦ୍ୟୁତ୍ ଆଘାତରେ ଜଣେ ଗୁରୁତର । ଗୁରୁତର ଗଦାଧର ନାୟକ ତାଙ୍କ ଓ୍ବାର୍ଡରେ ଥିବା ପୋଖରୀ ହୁଡା ସଫା କାର୍ଯ୍ୟରେ ନିୟୋଜିତ ଥିଲେ । ସରକାରଙ୍କ ଉନ୍ନତି ଯୋଜନା ମାଧ୍ୟମରେ ଭୁବନ NACର ପ୍ରତିଟି ଓ୍ବାର୍ଡକୁ ବିଭିନ୍ନ ଉନ୍ନତି ପାଇଁ ଅର୍ଥ ପ୍ରଦାନ କରାଯାଇଛି । ଆଜି ଭୁବନ NAC ଓ୍ବାର୍ଡ-୨ର କୋହ୍ଲ ସାହିର ପୋଖରୀ ହୁଡା ସଫା କରାଯାଇଥିଲା । ଏହି କାର୍ଯ୍ୟକୁ NAC ତରଫରୁ  କୋହ୍ଲ ସାହି ବସ୍ତି ବାସିନ୍ଦା ସଂଘକୁ ଦିଆଯାଇଥିଲା ।

{"id":280252,"sizeSlug":"large"}

ଶ୍ରମିକମାନେ କାର୍ଯ୍ୟ କରୁଥିବା ସମୟରେ ଘଟଣାସ୍ଥଳରେ କୌଣସି ପ୍ରଶାସନ ଅଧିକାରୀ ଉପସ୍ଥିତ ନଥିଲେ । ଶ୍ରମିକମାନଙ୍କ ମଧ୍ୟରୁ ଗଦାଧର ନାୟକ ଅନାବନା ଗଛ କାଟୁଥିବା ସମୟରେ ପୋଖରୀ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ । ତୁରନ୍ତ ଗଦାଧରଙ୍କୁ ସାଥୀ ଶ୍ରମିକମାନେ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରିବା ସହିତ ଉନ୍ନତମାନର ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଥିଲା । କିନ୍ତୁ ଗୁରୁତର ଗଦାଧରଙ୍କୁ NAC କର୍ମଚାରୀ ମୁଖ୍ୟ ଡାକ୍ତରଖାନାକୁ ନେବା ବଦଳରେ ଘରେ ଛାଡି ଚାଲିଗଲେ । ଏବେ ଗଦାଧର ଗୁରୁତର ଅବସ୍ଥାରେ ଘରେ ପଡି ଛଟପଟ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.