ବିଦ୍ୟୁତ ସଂସ୍ପର୍ଶରେ ଆସି ବୃଦ୍ଧା ଗୁରୁତର, ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିଲା ତାର

Published By : Prameya-News7 Bureau | November 12, 2021 IST

ଭଞ୍ଜନଗର ୧୨।୧୧: ବିଦ୍ୟୁତ ତାର ଲାଗି ଜଣେ ବୃଦ୍ଧ ଗୁରୁତର । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡା ରେଞ୍ଜ ଛାମୁଣ୍ଡା ବିଟ୍ ଅନ୍ତର୍ଗତ କାଦପଡା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାରରେ ଲାଗି ବୃଦ୍ଧ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ବୃଦ୍ଧ ଜଣଙ୍କ ହେଲେ ସେହି ଗ୍ରାମର ସୁରେନ୍ଦ୍ର ସେଠୀ ।

ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତିରେ ଗ୍ରାମର ଦୁଇ ଜଣଙ୍କ ସହ ମିଳି ଜମିକୁ ପାଣି ମଡ଼ାଇବା ପାଇଁ ଯାଇଥିବା ବେଳେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ସୁରେନ୍ଦ୍ର । ଫଳରେ ସେ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗ୍ରାମର ଦୁଇ ଜନୈକ ବ୍ୟକ୍ତି ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇ ଥିବା ସୁରେନ୍ଦ୍ର ଅଭିଯୋଗ ଆଣିଛନ୍ତି । ବନ ବିଭାଗ ଓ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.