ପାଟଣାଗଡ ଗଙ୍ଗାସାଗରରେ ଗୁଳିକାଣ୍ଡ : ଡ଼କାୟତଙ୍କ ଗୁଳିମାଡରେ ଜଣେ ଗୁରୁତର

Published By : Prameya-News7 Bureau | December 30, 2019 IST

ବଲାଙ୍ଗିର ୩୦/୧୨: ବଲାଙ୍ଗିର ପାଟଣାଗଡ ଗଙ୍ଗାସାଗରରେ ଗୁଳିକାଣ୍ଡ । ଡ଼କାୟତଙ୍କ ଗୁଳିମାଡରେ ଜଣେ ଗୁରୁତର । ଗୁରୁତର ଜଣକ ହେଉଛନ୍ତି ପାଟଣାଗଡ଼ ଗଙ୍ଗାସାଗର ଗାଁର ନବୀନ ମେହେର । ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗୀର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ହାତରେ ଗୋଟିଏ ଗୁଳି ବାଜିଛି ।

{"id":204420,"sizeSlug":"large"}

ବିଳମ୍ବିତ ରାତିରେ ଗଙ୍ଗାସାଗରସ୍ଥିତ ନବୀନଙ୍କ ଘରେ ଡକାୟତି ଉଦ୍ୟମ କରୁଥିବା ବେଳେ ବିରୋଧ କରିବାରୁ ଗୁଳି ମାରି ଡକାୟତମାନେ ଫେରାର ହୋଇଯାଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.