ଘରଲୋକ ଶୋଇଥିବା ବେଳେ ବୋମାମାଡ କଲେ ଦୁର୍ବୃତ୍ତ : ଜଣେ ଆହତ, ଭାଙ୍ଗିରୁଜି ଗଲା ଘରର ଝରକା

Published By : Prameya-News7 Bureau | June 07, 2021 IST

ସାଲେପୁର ୭।୬: ସାଲେପୁର ବାରିଗୋଳ ଗାଁରେ ବୋମାମାଡ । କାଡ଼ା କେନାଲର ରାସ୍ତା କାମକୁ କେନ୍ଦ୍ରକରି ବୋମାମାଡ ହୋଇଥିବା ସୂଚନା । ରବିବାର ବିଳମ୍ବିତ ରାତିରେ ୨ଟି ବୋମା ମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି ।

{"id":462713,"sizeSlug":"large","linkDestination":"none"}

ବାରିଗୋଳ ଗ୍ରାମର ମୋକିମ ଖାଁଙ୍କ ଘର ଉପରକୁ ବୋମାମାଡ ହୋଇଛି । ଘରଲୋକ ଶୋଇଥିବା ସମୟରେ ଦୁର୍ବୃତ୍ତମାନେ ବୋମାମାଡ କରି ଫେରାର ହୋଇଯାଇଛନ୍ତି । ବୋମାମାଡରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ଘରର ଝରକା ମଧ୍ୟ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଜଣକୁ ଥାନାରେ ଅଟକ ରଖିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.