ବାର୍‌ହା ଶିକାର ବେଳେ ଅଘଟଣ, ସହଯୋଗୀର ବନ୍ଧୁକରୁ ଗୁଳି ଫୁଟି ଜଣେ ଗୁରୁତର

Published By : Prameya-News7 Bureau | September 21, 2021 IST

ଭଞ୍ଜନଗର ୨୧।୦୯: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା କୁଟୁଣୀ କୁମ୍ପା ଗାଁରେ ଅଭାବନୀୟ ଘଟଣା । ସହଯୋଗୀର ବନ୍ଧୁକରୁ ଗୁଳି ଫୁଟି ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, କୁଟୁଣୀ କୁମ୍ପା ଗାଁରେ ବାର୍‌ହା ଘଉଡାଇବା ପାଇଁ କିଛି ବ୍ୟକ୍ତି ଜଣଙ୍କ ଜମିକୁ ଯାଇଥିଲେ । ବାର୍‌ହା ଶିକାର ବେଳେ ସହଯୋଗୀଙ୍କ ବନ୍ଧୁକରୁ ଗୁଳି ଫୁଟି ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଶିବରାମ ନାୟକଙ୍କୁ ପ୍ରଥମେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତିରତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.