ଭାଲୁ ଆକ୍ରମଣରେ ଜଣେ ଗୁରୁତର

Published By : Prameya-News7 Bureau | November 15, 2019 IST

ତେଲକୋଇ ୧୫।୧୧: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ପୁରୁଯୋଡା ପଞ୍ଚାୟତ କରଙ୍ଗାପାଳ ଗାଁରେ ୨ ଭାଲୁଙ୍କ ଉତ୍ପାତ । ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କ ହେଲେ ଝୁରିଆ ପୂର୍ତ୍ତି । ନାଳକୁ ଶୈ।ଚ ହେବା ପାଇଁ ଯାଇଥିବା ବେଳେ ଦୁଇଟି ଭାଲୁ ଅତର୍କିତ ଆକ୍ରମଣ କରିଥିଲେ । ଘରପାଖରେ ଥିବା ନାଳରେ ଘଟଣାଟି ଘଟିଥିବାରୁ ଝୁରିଆଙ୍କ ଚିତ୍କାର ଶୁଣି ଲୋକେ ଦୌଡି ଆସିଥିଲେ । ଭାଲୁଙ୍କ କବଳରୁ ଉଦ୍ଧାର କରି ପ୍ରଥମେ ତେଲକୋଇ ଓ ପରେ କେନ୍ଦୁଝର ମେଡିକାଲକୁ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.