ଭାଲୁ ଆକ୍ରମଣରେ ଯୁବକ ଗୁରୁତର, ମେଡିକାଲରେ ଭର୍ତ୍ତି
27/09/2019 at 8:21 AM

ନୀଳଗିରି ୨୭।୯: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ମାନଗଡ଼ ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି।।ଔପଦା ବ୍ଲକ୍ ଅଧିନ ଏହି ଗ୍ରାମର ବିଦ୍ୟାଧର ବେହେରାଙ୍କ ପୁଅ ସରୋଜ ବେହେରା ଗତକାଲି ରାତି ୧୦ଟା ସମୟରେ ଘରକୁ ଫେରୁଥିବା ସମୟରେ ନୀଳଗିରି ପଞ୍ଚଲିଙ୍ଗେଶ୍ବର ରାସ୍ତା ମାନଗଡ଼ ଛକରେ ଥିବା ପେଟ୍ରୋଲ ପମ୍ପ୍ ନିକଟରେ ଦୁଇଟି ଭାଲୁ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି ।ତାଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ଡାକ୍ତରଖାନରେ ଭର୍ତ୍ତି କରାଯାଇଛି।
Related Posts
ନନ୍ଦନକାନନ: ଜଗୁଳିଆଙ୍କ ମାଡରେ ରେଞ୍ଜରଙ୍କ ପୁଅ ଆହତ
26 January 2021
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021