ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଭାଲୁ, ଜଣେ ଗୁରୁତର

Published By : Prameya-News7 Bureau | December 31, 2019 IST

ନୀଳଗିରି ୩୧।୧୨: ବାଲେଶ୍ଵର ଜିଲ୍ଲା ନୀଳଗିରି ବନବିଭାଗ ଅଧିନ ଅଯୋଧ୍ୟା ଗାଁରେ ଭାଲି ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି । କିଛି ଦିନ ହେଲା ଗାଁରେ ଏକ ଭାଲୁ ପଶି ଆତଙ୍କ ଚଳାଇଛି । ଭାଲୁଟି ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ ବାହାରି ଗାଁକୁ ଆସିଥିବାବେଳେ ଦିନ ହୋଇଯିବାରୁ ଆଉ ଜଙ୍ଗଲକୁ ଫେରିପାରିନଥିଲା । ନୂଆସାହି ଅଂଚଳରେ କେନାଲ ପାଖକୁ ସେହି ଅଂଚଳର ନିରଞ୍ଜନ ପଲେଇ ଶୌଚ ହେବାରୁ ଯାଇଥିଲେ। ଭାଲୁ ହାବୁଡ଼ରେ ପଡିଯିବାରୁ ଭାଲୁଟି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା । ଫଳରେ ନିରଞ୍ଜନଙ୍କ ହାତ ଭାଙ୍ଗି ଯାଇଥିବାବେଳେ ଶରୀରରେ ଗଭୀର କ୍ଷତ ହୋଇଛି। ତାଙ୍କୁ ଅଯୋଧ୍ୟା ଡାକ୍ତରଖାନରେ ପ୍ରାଥମିକ ଚିକିତ୍ସା କରିବା ପରେ ନୀଳଗିରି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

{"id":204936,"sizeSlug":"large"}

ଭାଲୁଟି ଅଯୋଧ୍ୟା ଗାଁକୁ ପଶି ଲୁଚି ରହିଥିବା ଜଣାପଡିଛି । ଏନେଇ ଗାଁରେ ଆତଙ୍କ ଖେଳିଯାଇଥିବା ବେଳେ ବନବିଭାଗ ପହଂଚି ଭାଲୁର ଗତିବିଧି ଉପରେ ନଜର ରଖିଛି । ତେବେ ବାରମ୍ବାର ଏହି ଗ୍ରାମରେ ଭାଲୁ ପଶି ଉପଦ୍ରବ କରିବା ସହ ଆତଙ୍କ ଖେଳାଉଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.