ଭାଲୁ ଆକ୍ରମଣରେ ଜଣେ ଗୁରୁତର

Published By : Prameya-News7 Bureau | September 03, 2019 IST

ଅନୁଗୁଳ ୩/୯: ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତେପା ରେଞ୍ଜରର କୁତୁଲଶିଙ୍ଗା ଗ୍ରାମର ପ୍ରଫୁଲ ଭେଇ ଗୁହାଳରୁ ଗାଈମାନକୁ ଗାଁ ନିକଟରେ ଛାଡି ଯାଉଥିବା ସମୟରେ ଏକ ମାଇ ଭାଲୁ ସହିତ ଦୁଇ ଗୋଟି ଛୁଆ ଭାଲୁ ପ୍ରଫୁଲକୁ ଆକ୍ରମଣ କରିଥିଲେ ।

ପ୍ରଫୁଲର ମୁଣ୍ଡ ଓ ବାମ ଗୋଡରେ ଗଭୀର ଆଘତ ହୋଇଛି। ତାଙ୍କୁ ୧୦୮ ଆମ୍ଭୁଲାନ୍ସ ଯୋଗେ ଆଠମଲ୍ଲିକ ମେଡିକାଲରେ ଭର୍ତି କରାଯାଇଛି । ଏ ବିଷୟରେ ରେଞ୍ଜରକୁ କହିବାରୁ ତାଙ୍କୁ କିଛି ଜଣା ନାହିଁ ବୋଲି  ସେ ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.