ଭାଲୁ ଆକ୍ରମଣରେ ଜଣେ ଆହତ, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | October 31, 2019 IST

ଅନୁଗୋଳ ୩୧।୧୦: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ମାରୁଢ଼ିପ ଗାଁରେ ଭାଲୁ ଆକ୍ରମଣରେ ଜଣେ ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ହେଲେ ୪୧ ବର୍ଷ ବୟସ୍କ ଅଚ୍ୟୁତ ମାଝୀ ।

ସୂଚନାଯୋଗ୍ୟ ଯେ, ଆଜି ସକାଳୁ ଘର ବାହାରକୁ ଶୌଚ ହେବାକୁ ଯାଇଥିଲା ବେଳେ ଭାଲୁ ହାବୁଡ଼ରେ ପଡ଼ିଥିଲେ ଅଚ୍ୟୁତ । ତୁରନ୍ତ ଘର ଲୋକ ପ୍ରଥମେ ତାଙ୍କୁ ଛେଣ୍ଡିପଦା ମେଡିକାଲରେ ଭର୍ତ୍ତି କରିଥିଲେ । ଆବଶ୍ୟକ ହେଲେ ତାଙ୍କୁ ଅନୁଗୋଳ ମେଡିକାଲକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.