ଭାଲୁ ଆକ୍ରମଣରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | September 21, 2021 IST

ଅନୁଗୋଳ ୨୧।୯: ଭାଲୁ ଆକ୍ରମଣରେ ଜଣେ ଗୁରୁତର । ଗୁରୁତର ଜଣଙ୍କ ହେଲେ ଗୁଣ୍ଡୁରିନାଳୀ ଗ୍ରାମର ପ୍ରଦେଶୀ ଗୋଛାୟତ । ତାଙ୍କ ବୟସ ୫୫ ବର୍ଷ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଅନୁଗୋଳ ଜିଲ୍ଲା ଗୁଣ୍ଡୁରିନାଳୀ ଗ୍ରାମର ପ୍ରଦେଶୀ ଗୋଛାୟତ ଘର ପାଖ ଜଙ୍ଗଲକୁ ଯାଇଥିବା ବେଳେ ଭାଲୁ ହାବୁଡ଼ରେ ପଡି ଯାଇଥିଲେ । ଫଳରେ ସେ ଗୁରୁତର ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ କଣିହାଁ ଓ ପରେ ଅନୁଗୋଳ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ମୁହଁରେ ଗଭୀର କ୍ଷତ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.